ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ

କଟକ, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ପଡିଛନ୍ତି ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ । ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଏହାପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
ଗତକାଲି ନିଆଳି ଥାନା ର ଏଏସଆଇ ବିଜୟ ଭଞ୍ଜ ଅଭିଯୋଗକାରୀଙ୍କ ସମ୍ପର୍କିୟଙ୍କ ନାମରେ ଏକ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ଓ ଦୁଇ ହଜାର ଟଙ୍କା ଲାଞ୍ଚ ରାଶି ମାଗିଥିଲେ। ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତି ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତଦନୁସାରେ, ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଏଏସଆଇ ବିଜୟଙ୍କୁ ଧରିଥିଲେ।ପରେ ପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *