ବହୁବିଧ ମେଗା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା, ୦୩/୦୩/୨୦୨୫(ଓଡ଼ିଶା ସମାଚାର)- ନଡିଆବରେଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମା’ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ଓ ନଡିଆବରେଇ ଗ୍ରାମପଂଚାୟତର ଯୁବକସଂଘ ଦ୍ୱାରା ହାଇଟେକ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଏକ ମାଗଣା ବହୁବିଧ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ଏହି ଶିବିରରେ ୭୫୦ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ମାଗଣା ଔଷଧ ମଧ୍ୟ ବଂଟନ କରାଯାଇଥିଲା ।

ଏହି ଉପଲକ୍ଷେ ଧର୍ମପ୍ରକାଶ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିର ଉଦଘାଟନୀ ଉତ୍ସବରେ ଗରଦପୁର ତହସିଲଦାର ତୃପ୍ତିମୟୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ସୁଦର୍ଶନ ମହାପାତ୍ର, ଗୌରାଙ୍ଗ ପରିଡା, ଅଦ୍ୱୈତ ସାର, ଅଧ୍ୟାପକ ସୀତାକାନ୍ତ ,ଗୁଣସାର, ରାଧାକୃଷ୍ଣ, ତୈ୍ରଲୋକ୍ୟନାଥ, ଅମିୟ ପରିଜା, ପୂର୍ବତନ ସରପଂଚ ପ୍ରବୀର ପରିଜା, ଶୁଭଲକ୍ଷ୍ମୀ, ସନ୍ତୋଷ କୁମାର ମାହାଲିକ, ଲକ୍ଷ୍ମୀପ୍ରିୟା ସାହୁ, ବିନୋଦିନୀ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ଶେଷରେ ଧମ୍ରପ୍ରକାଶ ଧନ୍ୟବାଦ ଅର୍ପଣ କରିଥିଲେ । କିଶୋର ପଟ୍ଟନାୟକ, ଅଭିମନୁ୍ୟ ପ୍ରଧାନ, ଗିରିଶ ସରକାର, ସମାଜସେବୀ ଚକ୍ରଧର ସାହୁ, ଜାନକୀ ପ୍ରସାଦ ଭୂୟାଁ, ଶାନ୍ତିଲତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *