ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ।

ଯାଜପୁର,୦୫/୦୬/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନାଥସାହି ପରିସରରେ ବିଶ୍ବ ପରିବେଶ ଦିବସ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି। ଅତିରିକ୍ତ ବରିଷ୍ଠ ଦେଓ୍ବାନୀ ବିଚାରପତି ତଥା ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ୱାଲ୍ ପ୍ରାରମ୍ଭିକ ବକ୍ତବ୍ୟ ସହ ସୂଚନା ପ୍ରଦାନ କରିଥିଲେ।

ଏଥିରେ ଅତିଥି ଆଲୋଚକ ଭାବେ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ସର୍ବେଶ୍ୱର ଦାସ, ସିଭିଲ୍ ଜଜ୍ ସୁନୀତା ବିଶ୍ବାଳ , ଆଡିସନାଲ୍ ଏସ୍ ପି ରତିକାନ୍ତ ଗିରି ,ଫରେଷ୍ଟ ରେଞ୍ଜ ଅଫିସର  ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଆଜି ଦିବସର ବିଶେଷତ୍ୱ, ସନ୍ତୁଳିତ ଓ ଅସନ୍ତୁଳିତ ପରିବେଶର ଜନଜୀବନ ଉପରେ ପ୍ରଭାବ ସହିତ ଚଳିତ ବର୍ଷର କଥାବସ୍ତୁ ଏବେଠୁ ଜଳବାୟୁ ପାଇଁ ଶିର୍ଷକ ରେ ବିସ୍ତୃତ ଆଲୋଚନା କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଦୁଷଣ ପରିବେଶ ଓ ତାର କୁପରିଣତି ବିଷୟ ରେ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦିପ୍ତିମୟୀ ପୃଷ୍ଟି, କ୍ଷୀରାବଧୀତନୟା ରାୟ ଓ ରାହୁଲ ଦାସ ଙ୍କୁ ପ୍ରାଧିକରଣ ଅଧ୍ୟକ୍ଷ ସିଲ୍ ଓ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୀୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସଚେତନତା ଧର୍ମୀ ବାର୍ତ୍ତା ଲେଖା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ବିଦ୍ୟାଳୟ ପରିସରରେ ପ୍ରାଧିକରଣ ଅଧ୍ୟକ୍ଷ ଓ ଅନ୍ୟ ଅତିଥି ମାନେ ଫଳ ଓ ଫୁଲ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ କର୍ମଚାରୀ ଓ ବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *