କଟକ ସଦର, ୦୯/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଜଗନ୍ନାଥପୁର ବୁଢ଼ୀ ଜାଗୁଳାଇ ମନ୍ଦିର ପରିସରରେ ଏମ୍ ଏଲ୍ ଏ ଲ୍ୟାଡରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ମନ୍ଦିର କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏପରି କି ୧୬ ଏମ୍ ଏମ୍ ରଡ୍ ପରିବର୍ତ୍ତେ ୧୦ ଏମ୍ ଏମ୍ ରଡ୍ ବ୍ୟବହାର ହେଉଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏହାର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଖଵର ପାଇ କଟକ ସଦର ଵିଡିଓ ଇଂ ପ୍ରତୀକ କୁମାର ସାହୁ ଅଚାନକ କାମ ସ୍ଥଳକୁ ଆସି ଏଭଳି କାର୍ଯ୍ୟକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ଉପଯୁକ୍ତ କାର୍ଯ୍ୟ ନକଲେ କାମ ବନ୍ଦ କରିବାକୁ ନିର୍ଦେଶ ଦେଇ ଫେରିଯାଇଥିବା ଜଣାପଡିଛି। ଵିଡିଓ ଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା ବେଳେ ଵିଡିଓ ହେଵତ ଏମିତି ବୋଲି ମତ ପ୍ରକାଶ ପାଇଛି।
ନିମ୍ନମାନର କାମକୁ ବନ୍ଦ କରି ସାଵାସି ନେଲେ ଵିଡିଓ
