କଟକ ସଦର, ୨୨/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମର କରୁଣାକର ସେଠୀଙ୍କ ପୁଅ ଯୁବ ସମାଜସେବୀ, ବିଜେପି ଯୁବନେତା ସୁଶାନ୍ତ କୁମାର ସେଠୀ (୩୭)ଙ୍କର ଆଜି ରବିବାର ପୂର୍ବାହ୍ନରେ ବିଦ୍ୟୁତ ଆଘାତରେ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ସୁଶାନ୍ତ ଚାଉଳ ଉଡ଼ାଇବାକୁ ପ୍ଲକରେ ଫ୍ୟାନ ଲଗାଉଥିବା ବେଳେ ବିଦ୍ୟୁତ ଆଘାତର ଶୀକାର ହୋଇଥିଲେ।ଏହା ତାଙ୍କ ମାଆ ଦେଖିବାକୁ ପାଇ ଲୋକଙ୍କ ସାହାଯ୍ୟରେ ରଘୁନାଥପୁର ମେଡ଼ିକାଲ କୁ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ସୁଶାନ୍ତ ଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ସିଏ ଜଣେ ପରୋପକାରୀ ଓ ସମାଜସେବୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଥିପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁଶାନ୍ତ ଙ୍କର ଏକ ୮ ମାସର ପୁତ୍ର ସନ୍ତାନ ଥିବା ଜଣାଯାଇଛି।
ବିଦ୍ୟୁତ୍ ଆଘାତରେ ବିଜେପି ଯୁବ ନେତାଙ୍କ ଅକାଳ ବିୟୋଗ,ଶୋକର ଛାୟା
