କଟକ ସଦର,୨୫/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ହାଇକୋର୍ଟରୁ କ୍ଲିନ୍ ଚିଟ୍ ପାଇ ଆଶ୍ୱସ୍ତି ହେବାର ମାତ୍ର କିଛି ଦିନ ପରେ ମାହାଙ୍ଗା ଓ କିଶନନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ଆଇନ୍ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି। ଆଇନ୍ ଜାଲରେ ପୁଣି ଛନ୍ଦି ହୋଇଛନ୍ତି ପୂର୍ବତନ ଆଇନ୍ ମନ୍ତ୍ରୀ ପ୍ରତାପ। ନିମ୍ନ ଅଦାଲତ ପ୍ରତାପ ଜେନା ଙ୍କୁ ଦେଇଥିବା କ୍ଲିନ୍ ଚିଟ୍ କୁ ବିରୋଧକରି ମୃତକ କୁଳମଣୀ ବରାଳଙ୍କ ସାନ ପୁଅ ରଞ୍ଜିତ କୁମାର ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିଛି ମାସ ପୂର୍ବରୁ ପ୍ରତାପଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବା ପାଇଁ ନିମ୍ନ ଅଦାଲତ ଦେଇଥିବା ରାୟକୁ ରଦ୍ଦ କରିଥିଲେ ଓଡ଼ିଶା ହାଇକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ମାମଲା ର ଗୁରୁତ୍ୱ କୁ ଉପଲବ୍ଧି କରି ମାମଲା କୁ ଗ୍ରହଣ କରିବା ସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି।
ସୂଚନା ଯେ ମାହାଙ୍ଗା ଵ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଵରାଳଙ୍କୁ ୨୦୨୧ ଜାନୁୟାରୀ ୨ ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଉଭୟ ବୁଲେଟ ମଟରସାଇକେଲ ରେ ରାତିରେ ଘରକୁ ଫେରିଥିବା ବେଳେ ପୂର୍ଵ ପ୍ରସ୍ତୁତି ସହ ଯୋଜନା ବଦ୍ଧ ଭାବେ ଵୀଭତ୍ସ ଭାବେ ହତ୍ୟା କରିଥିଲେ ଦୁବୃର୍ତ୍ତ। ମାମଲା ରେ ୨୦୨୪ ଅଗଷ୍ଟ ୮ ରେ ସାଲେପୁର ଅତିରିକ୍ତ ଦୈ।ରାଜଜ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜିର ଏହି ଖଵର ଜଣାପଡିବା ପରେ ପ୍ରତାପଙ୍କ ଶିବିର ରେ ନୈରାଶ୍ୟ ଓ ମୃତକମାନଙ୍କ ଶିବିରରେ ଆନନ୍ଦ ର ଲହରୀ ଖେଳିଯାଇଛି।