ନିଶ୍ଚିନ୍ତକୋଇଲି,୧୩/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ନାମରେ ଆସିଛି ଅନାସ୍ଥା ପ୍ରସ୍ତାବ। ଏଭଳି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସେହି ପଞ୍ଚାୟତର କିଛି ୱାର୍ଡ ସଭ୍ୟ ସଭ୍ୟା । ଏନେଇ ଅସନ୍ତୁଷ୍ଟ ଛଅ ଜଣ ୱାର୍ଡ ସଭ୍ୟ ସଭ୍ୟା ସପରଞ୍ଚ ଙ୍କ ବିରୁଦ୍ଧରେ କଟକ ଜିଲ୍ଲାପାଳ ଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଆସନ୍ତା ୨୬ ତାରିଖ ଦିନ ଅନାସ୍ଥା ଭୋଟ ହେବାକୁ ଧାର୍ୟ୍ୟ ହୋଇଛି । ଏହି ପଂଚାୟତରେ ମୋଟ ୧୧ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ଙ୍କ ମଧ୍ୟରୁ ଛଅ ଜଣ ୱାର୍ଡ ସଭ୍ୟ ସଭ୍ୟା ଏହି ଅନାସ୍ଥା ପ୍ରସ୍ତାବ ରେ ଦସ୍ତଖତ କରିଛନ୍ତି । କିଛି ନ୍ୟସ୍ତ ସ୍ୱର୍ଥ ବ୍ୟକ୍ତି ଦୀର୍ଘ ବର୍ଷ ଧରି କରାଯାଉଥିବା ବିକାଶ କାର୍ଯ୍ୟକୁ ବିରୋଧ କରିଚାଲିଛନ୍ତି । ଯେଉଁମାନେ ଅନାସ୍ଥା ଆଣିଛନ୍ତି ସେମାନେ ବିକାଶ ବିରୋଧୀ ଓ ତାଙ୍କ ବିରୁଦ୍ଧରେ ସେମାନେ ପୂର୍ବରୁ ଚକ୍ରାନ୍ତ କରିଆସୁଛନ୍ତି । ତେବେ ସେ ଅନାସ୍ଥା ରେ ବିଜୟୀ ହେବେ ବୋଲି ସରପଞ୍ଚ ଜୟଦେବ ରାଉତ୍ କହିଛନ୍ତି । ଅନ୍ୟପକ୍ଷରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ଅଣଦେଖା କରାଯାଉଛି । ସରପଞ୍ଚ ଆମକୁ କିଛି ନ ଜଣାଇ ନିଜକୁ ନିଜେ ସବୁକାର୍ୟ୍ୟ କରୁଥିବାରୁ ଆମେ ଅନାସ୍ଥା ପାଇଁ ଆବେଦନ କରିଛୁ ବୋଲି ବିରୋଧୀ ମତ ଦେଇଛନ୍ତି ।