ତିନିଦିନିଆ ମ୍ୟାଙ୍ଗ୍ରୁଭ ପଥୋତ୍ସବ ଉତଯାପିତ

ଭୁବନେଶ୍ୱର,୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ରାଜ୍ୟ ସଂଗ୍ରହଳୟ ପରିସରରେ ମ୍ୟାଙ୍ଗ୍ରୁଭ ପଥୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ରେଟିକ୍ସ ଫାଉଣ୍ଡେସନ ଓ ନେଚର୍ସ କ୍ଳବ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ମ୍ୟାଙ୍ଗ୍ରୁଭ ପଥୋତ୍ସବରେ ଲୁଣା ଜଙ୍ଗଲର ସୁରକ୍ଷା, ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଓ ଭିତରକନିକା ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବିକାର ସୁରକ୍ଷା ସମ୍ପର୍କରେ ଆଲୋଚନା ଓ ସମାଧାନ ନେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକ୍ରେଟିକ୍ସ ଫାଉଣ୍ଡେସନର ଦେବଜିତ ମିତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ସ୍ୱାଧୀ ସିନ୍ଧୁରା, କନିକା ରାଜା ସିବେନ୍ଦ୍ର ନାରାୟଣ ଭଞ୍ଜଦେଓ, ରାୟ କଞ୍ଚରିଆ, ଜସେନ୍ଦୁ ଯୋଶୀ, ଆଇଏଫଏସ କେଦାର କୁମାର ସ୍ୱାଇଁ ଓ ଡକ୍ଟର ଅରୁଣ କୁମାର ମିଶ୍ର, ଆଲୋକ କୁମାର ପ୍ରଧାନ, ଗୌତମ କୁମାର ପ୍ରଧାନ, ସତ୍ୟପ୍ରିୟ ସାହୁ, ଅରବିନ୍ଦ ମିଶ୍ର, ମମତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଭିତରକନିକା ଅଞ୍ଚଳର ବିଭିନ୍ନ ବର୍ଗରୁ ପ୍ରାୟ ୧୬ ଜଣ ନାଗରିକ ଜୁରୀ ଭାବରେ ଯୋଗ ଦେଇଥିଲେ । ଏହି ଆଲୋଚନାରେ ପ୍ରକୃତି ଓ ପରିବେଶର କ୍ଷତି ନ ପହଞ୍ଚାଇ ଲୁଣା ଜଙ୍ଗଲର ସୁରକ୍ଷା ସହିତ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ କିପରି ସହବସ୍ଥାନ ରହିପାରିବ ବିଭିନ୍ନ ପରାମଂଶ ଦେଇଥିଲେ । ବିଶେଷକରି ରାଜନଗର, ମହାକାଳପଡା ଅଞ୍ଚଳର ଲୋକମାନଙ୍କର ଜୀବିକା ଉପାର୍ଜନ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସରକାରଙ୍କ ସହଯୋଗରେ ଜୀବିକା ଉପାର୍ଜନ କରିପାରିବେ ଏନେଇ ବିସ୍ତୃତ ଆଲୋଚନା କରାଯିବା ସହ ସରକାରଙ୍କୁ ପରାମଂଶ ଦିଆଯାଇଥିଲା । ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନରୁ ବାରହା ଓ କୁମ୍ଭୀର ଆକ୍ରମଣରେ ଅନେକ ସମୟରେ ଜୀବନହାନି ଘଟିବା ସହ ଲୋକମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି । ବନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନର ଜଙ୍ଗଲ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଦିଆଯାଇଥିବା ତାରବାଡ଼ ଲୋକମାନେ ନିଜର ଆବଶ୍ୟକ ପାଇଁ ବେଆଇନ ଭାବେ ତାରକୁ କାଟି ଜଙ୍ଗଲ ଭିତରେ ପସିଥାନ୍ତି । ଫଳରେ ଭଙ୍ଗା ଯାଇଥିବା ତାରବାଡ଼ ବନ୍ୟଜୀବ ଜନବସତି ଆଡକୁ ଚାଲିଆସନ୍ତି । ଫଳରେ ମଣିଷ ଓ ବନ୍ୟଜୀବଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥାଏ । କେତେବେଳେ ବନ୍ୟଜୀବ ପ୍ରାଣ ହରାଇଥାଏ ତ ଆଉ କେତେବେଳେ ମଣିଷ ମୃତ୍ୟୁ ବରଣ କରିଥାଏ । ଏ ନେଇ ମଣିଷ ସଚେତନ ହେବା ସହ ବନ ବିଭାଗ କରିଥିବା ତାରବାଡ଼କୁ ନ ଭାଙ୍ଗିଲେ ବନ୍ୟଜୀବ ଜନବସତି ଆଡକୁ ଆସିପାରିବ ନାହିଁ । ରାଜନଗର ଓ ମହାକାଳପଡା ଅଞ୍ଚଳରୁ ବାମନ ଜେନା, ଖଗେଶ୍ୱର ଲେଙ୍କା, ଜଗନ୍ନାଥ ଦାସ, ସୁଦର୍ଶନ ରାଉତ, ପ୍ରଶାନ୍ତ ଜେନା, ଘନଶ୍ୟାମ ବଳ, ପିଣ୍ଟୁ ମହାରଣା, ରଞ୍ଜନ ବେହେରା, ସବିତା ବେହେରା, ମଧୁସ୍ମିତା ପରିଡା, ଧରିତ୍ରୀ ଲେଙ୍କା, ମାମା ସ୍ୱାଇଁ, ମମତା ମଇ, ସ୍ମୃତିକାନ୍ତ ଦାସ, ସୁରଞ୍ଜନ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *