୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା 

ବାଲିଗୁଡା, ୨୫/୦୧/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ଏକ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ରୀନା ପ୍ରଧାନ ଓ ଏସଡିପିଓ ରାମେନ୍ଦ୍ର ପ୍ରସାଦ, ପିଏଆଇଟିଡିଏ ଗଦାଧର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ସ୍ଥାନୀୟ ଆଇଟିଡିଏ ପ୍ରଦତ୍ତ ଧଳା ଟି-ସାର୍ଟ କୁ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏଥିରେ ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *