କଟକ ସଦର , ୨୫/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଓଏମପି ଠାରୁ କନ୍ଦରପୁର ୫୫ ନମ୍ବର ଜାତୀୟ ରାଜପଥ ଓ କନ୍ଦରପୁର ଠାରୁ ପାରାଦୀପ ୧୨ ନମ୍ବର ରାଜ୍ୟ ରାଜପଥରେ ଆବଶ୍ୟକତା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦ୍ବାରା ଟ୍ରାଫିକ ନିୟନ୍ତ୍ରଣ,ଦୃତ ଓ ବେପରୁଆ ଗାଡ଼ି ଚାଳନା,ଟିକସ ଫାଙ୍କି ସହିତ ରାହାଜାନୀ, ଅସାମାଜିକ କାର୍ଯ୍ୟକଳାପ, ଦୂର୍ଘଟଣା ଉପରେ ସିସିଟିଭି ନଜର ରଖିବ। ଫଳରେ ଏହା ସବୁ ନିୟନ୍ତ୍ରଣ ହେବା ସହିତ ଧରାପଡ଼ିବା ସହଜ ହେବ ବୋଲି ଜଣାପଡିଛି। ଏଥିପାଇଁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।
କଟକ-ପାରାଦୀପ ରାସ୍ତାରେ ଲାଗିଲା ସିସିଟିଭି କ୍ୟାମେରା
