ନିଶ୍ଚିନ୍ତକୋଇଲି, ୨୦/୧୧/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ଓ ଚାଷୀମାନେ ଉନ୍ନତ ପ୍ରଣାଳୀ ରେ ମାଛ ଚାଷ ଓ ପଶୁପାଳନ ଦ୍ୱାରା ଲାଭବାନ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ ।
ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟନ୍ଦୁ କୁମାର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀ,ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର, ଆତ୍ମା ସଭାପତି ଅଶୋକ କୁମାର ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ବେଉରା ସ୍ୱାଗତ ସୂଚନା ଦେଇଥିଲେ । କାର୍ୟ୍ୟକ୍ରମ ରେ ବିଭାଗୀୟ ବିଶେଷଜ୍ଞ ମାନେ ଉପସ୍ଥିତ ଚାଷୀ ମାନଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ କାର୍ୟ୍ୟକ୍ରମ ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
