କେନ୍ଦ୍ରାପଡ଼ା,୦୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରସ୍ଥ ମଦର୍ସ ଇଂଟର ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୭ଓ ୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ସୟଦ ଏସଦାନ ଅଲ୍ଲୀ(ଟିଚୁ) କ୍ରୀଡା ପ୍ରତିଯୋଗିତା କିପରି ମଣିଷକୁ ଶୃଙ୍ଖଳା ଶିକ୍ଷା ଦିଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଏନାମୁଲ ହକ୍ କ୍ରୀଡାର ମହନୀୟତା ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେଇଥିଲେ । ଶିକ୍ଷକ ସେକ ଅବରାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଶିକ୍ଷୟତ୍ରୀ ନାହିଦ୍ ରହେମାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୌଡ, ଲମ୍ବଡିଆଁ, ନିର୍ଦ୍ଧାରିତ ମାପର ଦୌଡ, କୌତୁକ ପୋଷାକ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସ୍କୁଲର ଶିକ୍ଷୟିତ୍ରୀ ଲୋପାମୁଦ୍ରା ପ୍ରଧାନ, କିରଣଜ୍ୟୋତି, ସୁମନ ଓ ତ୍ରିଲୋଚନ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।