ଜଗତସିଂହପୁର, ୦୯/୦୧/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ପି ସି ପି ଏନ ଡି ଟି ପରାମର୍ଶ ଦାତା କମିଟି ପକ୍ଷରୁ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ ) ଅଧିନିୟମ ୧୯୯୪ ଜାରି କରାଯାଇଛି। ଏହି ଅଧିନିୟମ ଅନୁସାରେ,ସେବା ପ୍ରଦାନକାରୀ ଦ୍ୱାରା ଆଇନ ଉଲ୍ଲଂଘନ ହେଲେ ସେମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଏବଂ ଟ. ୧୦,୦୦୦/- ଜୋରିମାନାରେ ଦଣ୍ଡିତ କରାଯିବ ।
ପୁନଶ୍ଚ ସେହି ଦୋଷର ପୁନରାବୃତ୍ତି ହେଲେ ପାଞ୍ଚବର୍ଷ ଜେଲ ଦଣ୍ଡ ଏବଂ ଟ. ୫୦,୦୦୦/- ଜୋରିମାନା ପଡିବ ।
ଯଦି ଚିକିତ୍ସକ ଙ୍କ ଦ୍ୱାରା ଆଇନ ଉଲ୍ଲଂଘନ ହୁଏ ତେବେ ପାଞ୍ଚବର୍ଷ ପାଇଁ ଦୋଷୀର ପଞ୍ଜିକରଣ ରଦ୍ଦ ଏବଂ ଆଇନ ଉଲ୍ଲଂଘନର ପୁନରାବୃତି ହେଲେ ପଞ୍ଜିକରଣ ସ୍ଥାୟୀଭାବରେ ରଦ୍ଦ କରାଯିବ ।
ଭୃଣର ଲିଙ୍ଗ ଚୟନ ଓ ନିରୂପଣ ସମ୍ବନ୍ଧୀୟ ବିଜ୍ଞାପନ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଏବଂ ଟ. ୧୦,୦୦୦/- ଜୋରିମାନାରେ ଦଣ୍ଡିତ କରାଯିବ ।
ଭୃଣର ଲିଙ୍ଗ ନିରୂପଣ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ମଧ୍ୟ ତିନି ବର୍ଷ ଜେଲ ଦଣ୍ଡ ଏବଂ ଟ. ୫୦,୦୦୦/- ଜୋରିମାନାରେ ଦଣ୍ଡିତ କରାଯିବ, ସେହି ଦୋଷର ପୁନରାବୃତ୍ତି ହେଲେ ଦୋଷୀଙ୍କୁ ପାଞ୍ଚବର୍ଷ ଜେଲ ଦଣ୍ଡ ଏବଂ ଟ. ୧,୦୦,୦୦୦/- ଜୋରିମାନା କରାଯିବ ।
ଜିଲ୍ଲା ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜିଲ୍ଲାବାସୀ ଙ୍କ ଅବଗତି ନିମନ୍ତେ ଜାରି କରାଯାଇଛି।