ପଞ୍ଚକର ଦ୍ୱିତୀୟ ଦିନରେ ଚନ୍ଦ୍ରଚୁଡ ଵେଶରେ ଦର୍ଶନ ଦେଲେ ଵାଵା ଧବଳେଶ୍ଵର

କଟକ ସଦର, ୨୧/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ପବିତ୍ର ମହାକାର୍ତ୍ତିକ ପଞ୍ଚକର ଗତକାଲି ଶୁକ୍ରବାର ଥିଲା ପ୍ରଥମ ଦିନ। ଏହି ପହିଲି ପଞ୍ଚକରେ ଵାଵା ଧବଳେଶ୍ଵର ଦୁର୍ଲ୍ଲଭ ଆଶୁତୋଷ ଵେଶରେ ସଜେଇ ହୋଇଥିଲେ। ହେଲେ ବାତ୍ୟା ପାଇଁ କଟକଣା ଜାରି ହୋଇଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଥିଲେ।ପୀଠ ପୁରା ଖାଁ ଖାଁ ରହିଥିଲା।

ଆଜି ଶନିବାର କଟକଣା ଉଠିଯାଇ ଥିବାରୁ ପଞ୍ଚକର ଦ୍ୱିତୀୟ ଦିନରେ ବାବାଙ୍କ ଚନ୍ଦ୍ରଚୁଡ ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ପଞ୍ଚକ ଓ ବଡ଼ ଓଷା ମଙ୍ଗଳବାର ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ କଟକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି ଠାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *