୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:

 କଲ୍ୟାଣପୁର ଚମ୍ପିୟାନ ଓ ପାନବରଜ ରନର୍ସ ଅପ

ଖୋର୍ଦ୍ଧା, ୨୫/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ଚାଲିଥିବା ୨୪ ତମ ମା ଅଁଳାଇ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି।ଆଜି ଫାଇନାଲ ରେ ଗାଦିବ୍ରହ୍ମ କ୍ରିକେଟ କ୍ଲବ କଲ୍ୟାଣପୁର ଓ ବାବା ବାଲୁଙ୍କେଶ୍ୱର କ୍ରିକେଟ କ୍ଲବ ପାନବରଜ ମଧ୍ୟରେ ହୋଇଥିଲା।ପ୍ରଥମେ ଟସ ଜିତି କଲ୍ୟାଣପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୭ ଓଭର ଖେଳି ୮ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରିଥିଲେ। କଲ୍ୟାଣପୁର ପକ୍ଷରୁ ସତ୍ୟବ୍ରତ ରାଉତରାୟ ସର୍ବାଧିକ ୯୨ ରନ କରିଥିବା ବେଳେ ପାନବରଜ ପକ୍ଷରୁ କରନଦୀପ ପଟ୍ଟନାୟକ ୪ ଇଭର ବୋଲିଂ କରି ୪୩ ରନ ବ୍ୟୟ କରି ୩ ଟି ଉଇକେଟ ପାଇଥିଲେ ଜବାବରେ ପାନବରଜ ଦଳ ୧୭ ଖେଳି ୯ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲେ । ଫଳରେ କଲ୍ୟାଣପୁର ଦଳ ୫୧ ରନରେ ଜିତି ଚମ୍ପିୟାନ ହୋଇଥିଲେ ।ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ପାଣ୍ଡଵ ଜେନା ଫାଉଣ୍ଡେସନ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ ଜେନା ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ବିନତି ଜେନା ଅନ୍ୟତମ ଅତିଥି ପାଇକତିଗିରିଆ ସମବାୟ ସମିତି ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ,ପୂର୍ବତନ ୱାର୍ଡ ସଭ୍ୟ ତୁଷାରକାନ୍ତ ବିଶ୍ଵାଳ,ଆକାଶ କୁମାର ବିଶ୍ବାଳ, ନିର୍ମଳକାନ୍ତ ବିଶ୍ଵାଳ,ସୁଦର୍ଶନ ବିଶ୍ଵାଳ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳ ଟ୍ରଫି ପ୍ରଦାନ ସହିତ ଏହି ଖେଳ ଦ୍ୱାରା ଗାଁ ଗାଁ ମଧ୍ୟରେ ଭାଇଚାରା ଭାବ ସୃଷ୍ଟି ହୁଏ ବୋଲି କହିଥିଲେ। ଭାଷ୍ୟକାର ପ୍ରଶାନ୍ତ ନାଟୁଆ, ମଞ୍ଚ ପରିଚାଳନା ସତ୍ୟନାରାୟଣ ସୁନ୍ଦରାୟ, ମ୍ୟାଚ ପରିଚାଳନା ଚନ୍ଦ୍ରକାନ୍ତ ବିଶ୍ଵାଳ, ଅସିତ ଶତପଥି କରିଥିବା ବେଳେ ସ୍କୋରବୋର୍ଡ ଦାୟିତ୍ୱ ରେ ପ୍ରକାଶ ସାହୁ,ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ,,ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ କୁ କୃଷ୍ଣଚନ୍ଦ୍ର ସାହୁ, ଓମ ପ୍ରକାଶ ପ୍ରଧାନ,ଆଶିଷ କୁମାର ବିଶ୍ଵାଳ,ସଞ୍ଜୀବ ବିଶ୍ୱାଳ,ଆଶୀର୍ବାଦ ସାହୁ, ରଶ୍ମିରଞ୍ଜନ ସାହୁ,ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, ରାଜେଶ ବାରିକ, ଧର୍ମେନ୍ଦ୍ର ବିଶ୍ଵାଳ, ଅରୁଣ ପ୍ରଧାନ,ବବୁଲ ପ୍ରଧାନ,ଜନାର୍ଦ୍ଦନ ବିଶ୍ୱାଳ, ଆଦିତ୍ୟ ବିଶ୍ଵାଳ,ପାପୁନି ବିଶ୍ଵାଳ, ଚନ୍ଦନ ବିଶ୍ଵାଳ ଶିବ ପ୍ରସାଦ ସେଠି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *