୨୯ ତମ ନିମାପଡା କପ : ରାମେଶ୍ୱର ସ୍ପୋର୍ଟିଙ୍ଗ ଫାଇନାଲରେ

ନିମାପଡା,୦୭/୦୧/୨୦୨୫ (ଓଡ଼ିଶା ସମାଚାର)-ନିମାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।  ମାଷ୍ଟର କ୍ଲବ କଟକକୁ ୬ ୯ ୱିକେଟରେ ହରାଇ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୁବନେଶ୍ୱର ଫାଇନାଲରେ ପ୍ରବେଶ କରିଛି ।  ପ୍ରଥମେ ଟସଜିତି ମାଷ୍ଟର କ୍ଲବ ବ୍ୟାଟିଂ  କରି ନିର୍ଦ୍ଧାରିତ ୩୦ ରୁ ୨୫.୪ ଓଭର ଖେଳି ସମସ୍ତ  ୱିକେଟ ହରାଇ ୯୭ ରନ କରିଥିଲା । ଦଳ ପକ୍ଷରୁ  ସୌରଭ ସର୍ବାଧିକ ସିଂ ୨୪ ରନ କରିଥିଲେ ।  ପ୍ରତିପକ୍ଷ ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳର ବୋଲର ଏମ.ଜି. ଗୋପାଳ ୩ଟି ଓ ଅଭିଷେକ ନାଥ ୩ଟି ୱିକେଟ ଅକ୍ତିଆର କରିଥିଲେ । ଦ୍ଵିତୀୟାର୍ଦ୍ଧରେ ରାମେଶ୍ୱର ସ୍ପୋର୍ଟିଙ୍ଗ ବ୍ୟାଟିଂ କରି ୧୨.୧ ଓଭର ଖେଳି ୧ଟି ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା ।  ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳର  ବ୍ୟାଟର ସୁଭାଶିଷ ମଲ୍ଲିକ ଚମତ୍କାର ଅର୍ଦ୍ଧଶତକ ୫୦ ଓ ସାରାଂଶ କୁମାର ୩୦ରନ ସଂଗ୍ରହ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳର ବୋଲର ଅବଦୁଲ ଏମ. ଖାନ ୨ଟି ଓ ପ୍ରବୀଣ କୁମାର ୧ଟି ୱିକେଟ ଅକ୍ତିଆର କରିଥିଲେ ।   ରାମେଶ୍ୱର ଦଳର ବ୍ୟାଟର ଏମ.ଜି. ଗୋପାଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।  ଅତିଥି ଭାବେ ନିମାପଡା ଧରିତ୍ରୀ ବରିଷ୍ଠ ଖବରଦାତା ବିଚିତ୍ରା ନନ୍ଦ ସାହୁ,ରଞ୍ଜନ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବେହେରା, ନଳିନୀକାନ୍ତ ପରିଡା ଆଥଲେଟିକ ଆସୋସିଏସନ ସମ୍ପାଦଜ ଜୀବନାନନ୍ଦ ମହାପାତ୍ର, ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା  ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରଟିକୁ ପ୍ରଦାନ କରିଥିଲେ ।  ଅମ୍ପାୟାର ଭାବେ ସମ୍ବିତ ପଟ୍ଟନାୟକ ଓ ଅଭିନନ୍ଦନ ପାତ୍ର ଖେଲ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *