ପ୍ରାବନ୍ଧିକ ଡ. ସାରଦା କରଙ୍କ ପ୍ରବନ୍ଧ “ଗାନ୍ଧୀ ବିଶ୍ୱ” ପ୍ରକାଶିତ

ଭୁବନେଶ୍ୱର, ୧୪/୧୨/୨୦୨୫(ଓଡ଼ିଶା ସମାଚାର)-ବରିଷ୍ଠ ସ୍ତମ୍ଭକାର, ବକ୍ତା, ସୁସାହିତି୍ୟକ ତଥା ପ୍ରାବନ୍ଧିକ ଡ. ସାରଦା ପ୍ରସାଦ କରଙ୍କ ପ୍ରବନ୍ଧ “ଗାନ୍ଧୀ ବିଶ୍ୱ” ପ୍ରକାଶ ପାଇଛି । ସମୁଦାୟ ସ୍ଥାନିତ ୨୬ଟି ପ୍ରବନ୍ଧ ଭିତରେ ଅଛି ଭାରତୀୟ ଜୀବନ ଶୈଳୀ, ମାନବାଧିକାର, ଆଂଚଳିକ ପରିବେଶ ଓ ମହିଳା ଅଧିକାର ଭଳି ଅନେକ ଆଲୋଚନା । ବହୁ ପତ୍ନୀ ପରମ୍ପରା, ପଶୁ ଥିଲୁ ପଶୁ ହବା ଓ ପାନ ଆଦି ଲେଖା ଖୁବ୍ ଉଚ୍ଚକୋଟୀର ତଥା ଗବେଷଣାତ୍ମକ ହୋଇଛି । ଆଜି ଗାନ୍ଧୀଙ୍କ ଅନବସରରେ ଉଦୀୟମାନ ନେତାଙ୍କ ଆଗମନ ହେଉଛି ଯଦିଓ ଆମେ କିନ୍ତୁ ଅହିଂସା ପରମ ମନ୍ତ୍ର କଥାଟିକୁ ଭୁଲିଯାଇଛୁ ବୋଲି ପ୍ରାବନ୍ଧିକଙ୍କ ମତ । ବହିଟିକୁ ନବଲିପି ପ୍ରକାଶନ ସଂସ୍ଥା ଦାୟିତ୍ୱର ସହ ସଙ୍କଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *