ଭୁବନେଶ୍ୱର,୦୭/୦୧/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା କାଲି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଦକ୍ଷିଣପଟ ରେଳ ଜୋନର ଭିତିିପ୍ରସ୍ତର ସ୍ଥାପନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଉଛନ୍ତି । ବର୍ତମାନ ପୂର୍ବପଟ ରେଳ ଜୋନରେ ଅନ୍ତର୍ଭୁକ୍ତ ଥିବା ୱାଲଟିୟର ରେଳ ଡିଭିଜନ ଦକ୍ଷିଣ ପଟ ରେଳଜୋନ ଅଧିନକୁ ଚାଲିଯିବ । ଫଳରେ ପୂର୍ବପଟ ରେଳଜୋନ ବର୍ଷକୁ ୧୦-୧୨ ହଜାର କୋଟି ଟଙ୍କା ରାଜସ୍ୱ ହରାଇବାକୁ ଯାଉଛି । ତେଣୁ ପୂର୍ବପଟ ରେଳ ଜୋନକୁ ଏହି କ୍ଷତିର ଭରଣା କରିବା ପାଇଁ ଓଡ଼ିଶାର ରାଉରକେଲା ବାଳଗଡ଼ା, ରାଜଗାଙ୍ଗପୁର, ଇବ୍, ଝାରସୁଗୁଡ଼ା, ବେଲପାହାଡ଼, ନଜରାଜନଗର, ବଣେଇ ସମେତ କେଉଁଝର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାକୁ ପୂର୍ବପଟ ରେଳ ଜୋନକୁ ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ତୁରନ୍ତ ନିର୍ଦ୍ଧେଶ ଦେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀ ସମ୍ମିଳନୀକୁ ଆସିବା ପୂର୍ବରୁ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଜନମତ ନିର୍ବିଶେଷରେ ଓଡ଼ିଶାର ସବୁ ରାଜନୈତକ ଦଳ, ସବୁ ସାଂସଦ, ବିଧାୟକମାନେ ପୂର୍ବପଟ ରେଳ ଜୋନର ଏହି କ୍ଷତିକୁ ଭରଣା କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିବାକୁ ଶ୍ରୀ ବେହେରା ଆହ୍ୱାନ କରିଛନ୍ତି ।
ଦକ୍ଷିଣପଟ ରେଳ ଜୋନର ଭିତିପ୍ରସ୍ତର ସ୍ଥାପନ ପୂର୍ବରୁ ପୂର୍ବପଟ ରେଳ ଜୋନରେ ଓଡ଼ିଶାର ସବୁ ଅଂଚଳକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଧେଶ ଦିଅନ୍ତୁ : ଓଡ଼ିଆ ଅସ୍ମିତା ପରିଷଦ
