୬୪ତମ ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ  : ସୋନପୁର ଫାଇନାଲରେ

 ଟାଙ୍ଗୀ , ୨୯/୧୨/୨୦୨୩ (ଓଡ଼ିଶା ସମାଚାର)-କୁହୁଡି ଖେଳ  ପଡିଆଠାରେ ଚାଲିଥିବା ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ର ଆଜି ପ୍ରଥମ ସେମି ଫାଇନାଲ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମ୍ୟାଚରେ ଏନ ଫୁଟୁବଲ କ୍ଲବ ଛତିଶଗଡ ବନାମ ବିଏସଏଫ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଉଭୟଙ୍କ ଖେଳ ପ୍ରଦର୍ଶନ ଅତି ଉଚ୍ଚ କୋଟିର ଥିଲା  । ହେଲେ ଖେଳର ପ୍ରଥମ।ର୍ଦ୍ଧରେ ସୋନପୁର ଦଳ ୩ଟି ଗୋଲ ଦେଇ ଖେଳର ଅନ୍ତିମ ପର୍ୟ୍ୟାୟ ପର୍ୟ୍ୟନ୍ତ ସ୍ଥିତି ମଜବୁତ କରିବା ସହ ଜିତି ଫାଇନାଲକୁ ପ୍ରବେଶ କରିଛି  । ଖେଳକୁ ଚିନୁ ସିଂ, ଗୋପାଳ ସାମନ୍ତରାୟ ,ରାକେଶ କୁମାର ବେହେରା ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥିଭାବେ ବିଜୁ ଜନତା ଦଳର ରାଜ୍ୟ ମହିଳା ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସହିତ କରିଥିଲେ । ଅନୁଷ୍ଠାନ ର ସଭାପତି ମନୋଜ ମାନସିଂହ, ପ୍ରଶାନ୍ତ ଭୁଜବଳ, ଶ୍ରୀଧର ମହାପାତ୍ର ଏବଂ ଶୁଭେନ୍ଦୁ ମାନସିଂହ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *