ନିଶ୍ଚିନ୍ତକୋଇଲି,୦୬/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ନେମାଳ ଥାନା ବନ୍ଧକାଟିଆ ଅଞ୍ଚଳରୁ ଏକ ବାଘ ଛୁଆ ଭଳି ଦେଖାଯାଉଥିବା ଜନ୍ତୁଟିକୁ ବନ ବିଭାଗ କର୍ମଚାରୀ ମାନେ କାବୁକରିବାରେ ସଫଳ ହୋଇଛନ୍ତି । ଖବର ଅନୁଯାଇ ଏହି ଜନ୍ତୁଟି କିଛିଦିନ ହେବ ଉକ୍ତ ଅଂଚଳରେ ଥିବା କୁକୁଡ଼ା ଫାର୍ମ ରୁ କୁକୁଡ଼ା ମାରି ଖାଇବା ସହ ଅନ୍ୟାନ୍ୟ ଛୋଟ ଜୀବ ଯାନ୍ତୁଙ୍କ ଶିକାର କରି ଆତଙ୍କ ଖେଳାଇଥିଲା । ସ୍ଥାନୀୟ ଲୋକେ ବନବିଭାଗ କୁ ଖବର ଦେବାରୁ ସେମାନେ ଯନ୍ତା ବସାଇ ଉକ୍ତ ବାଘ ସଦୃଶ ଜନ୍ତୁ କୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି ।ଏଥିନେଇ ଅଞ୍ଚଳରେ ଆଶ୍ବସ୍ତି ପ୍ରକାଶ ପାଇଛି ।
ଧରାପଡିଲା ବାଘ ସଦୃଶ ଜନ୍ତୁ
