ସଡକ ସୁରକ୍ଷା କାର୍ଯ୍ୟକ୍ରମ

ଭୁବନ,୦୬/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସୁପ୍ତିମୟୀ ସେନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି “ସଡକ ସୁରକ୍ଷା,ଜୀବନ ରକ୍ଷା””ହେଲମେଣ୍ଟ ନିଶ୍ଚିତ ପିନ୍ଧିବା  ,ସୁରକ୍ଷିତ ଭାବେ ଘରକୁ ଫେରିବା” ସ୍ଲୋଗାନ ଦେବା ସହ  ଲୋକମାନଙ୍କୁ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ନମିତା ଦ୍ୱିବେଦୀ ଙ୍କ ସମେତ ମଞ୍ଜୁଷା ମଞ୍ଜରୀ ମିଶ୍ର,ପ୍ରଣତୀ ବେହେରା,ସୁକାନ୍ତି ନାୟକ,ବିଜୟ ପୃଷ୍ଟି,ଅଧ୍ୟାପକ ସୁଧାଂଶୁ ଶେଖର ଓଝା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *