ଜୁନାଗଡ଼,୦୬/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶବେମାଲ)-ଜନସାଧାରଣ ଙ୍କ ଆବେଗ କୁ ଦେଖି ଗତ ୫ ତାରିଖ ଦିନ ସାରା ଜୁନାଗଡ଼ବାସୀ ମା ଲଙ୍କେଶ୍ୱରୀ ମଞ୍ଚ ରେ ଏକତ୍ରିତ ହୋଇ ଜୁନାଗଡ଼ ମହୋତ୍ସବ କରିବା ପାଇଁ ଅଣ୍ଟା ଭିଡି ଥିଲେ । ଏହି ମର୍ମ ରେ ୬ ତାରିଖ ଦିନ ଜୁନାଗଡ଼ ମହୋତ୍ସବ କୋର କମିଟି ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଥିଲେ । ଜିଲ୍ଲାପାଳ ଜୁନାଗଡ଼ ମହୋତ୍ସବ ପାଇଁ ସହମତି ଜଣାଇଥିବା କମିଟି ସଦସ୍ୟ ଙ୍କ ଠାରୁ ପ୍ରକାଶ । ଜୁନାଗଡ଼ ବ୍ଲକ ଓ ଏନ ଏ ସି ସ୍ତରୀୟ ଉତ୍ସବ ଘୁମୁରା ୩ ଦିନ ବ୍ୟାପି ଜୁନାଗଡ଼ ଠାରେ ଆମୋଦ ପ୍ରମୋଦ ସହ ପାଳନ ହେଇ ଆସୁଥିଲା । କୌଣସି କାରଣ ବଶତଃ ଏ ବର୍ଷ ହେଉ ନ ଥିବାରୁ ଜନସାଧାରଣ ମନରେ ନିରାଶା ଛାଇ ଯାଇଥିଲା । ଏ ସବୁକୁ ଦୃଷ୍ଟି ରେ ରଖି ଏକ ଭିନ୍ନ ଢଙ୍ଗ ରେ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ହୋଇଥିଲା । ଆଜି ଏହି କମିଟି ର ସଦସ୍ୟ ଏନ ଏ ସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ପାରିଷଦ ହିମାଦ୍ରୀ ସିନ୍ଦୁର, ବରିଷ୍ଟ ସଦସ୍ୟ ଦୁର୍ଗା ପ୍ରସାଦ ନାଏକ, ଶିବପ୍ରସାଦ ମହାନ୍ତି, ଅଶୋକ ପଟ୍ଟନାୟକ, ରଞ୍ଜନ କୁମାର ଜାଲ ପ୍ରମୁଖ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ ଅଂଚଳ ରେ ଖୁସି ର ଲହରୀ ଖେଳି ଯାଇଛି ।
ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪,୧୫ ଓ ୧୬ ରେ ହେବା ପାଇଁ ଦିନ ଧାର୍ୟ୍ୟ ।
