ପାଟକୁରା ୧୫/୦୮/୨୦୨୫ (ଓଡିଶା ସମାଚାର )- ଆଜି ଗରଦପୁର ବ୍ଳକ ଅଧୀନ ବଙ୍ଗାଳପୁର ଗ୍ରାମରେ ଅପରାହ୍ନ ପ୍ରାୟ ପାଞ୍ଚଟା ସମୟରେ ବଜ୍ରପାତ ଘଟିଛି । ଗ୍ରାମର ଦାଶରଥି ଜେନାଙ୍କ ଘର ନିକଟରେ ବନ୍ଧାହୋଇଥିବା ଗୋଟିଏ ଗାଈ ଏହି ବଜ୍ରପାତ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । କ୍ଷତିଗ୍ରସ୍ତ ଦାଶରଥି ଜେନାଙ୍କୁ ସରକାର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଫଟୋ : ବଜ୍ରପାତ ରେ ମୃତ୍ୟୁ ବରଣ କରିଥିବା ଦାଶରଥି ଜେନାଙ୍କ ଗାଈ
