ବଡ଼ବିଲ,୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ବଡ଼ବିଲ ପୌରାଞ୍ଚଳ,୧୪ ନମ୍ବର ୱାର୍ଡ, କଳିଙ୍ଗ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ସୁବର୍ଣ୍ଣ ଜୟନ୍ତୀ ପାଳନର ଉଦ୍ଘାଟନୀ ଉତ୍ସବରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପଦ୍ମଶ୍ରୀ ଡ.ତୁଳସୀ ମୁଣ୍ଡା, ମୁଖ୍ୟ ବକ୍ତା ଭାବେ ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅସିତ୍ କୁମାର ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ଖଣି ନିଗମ, ବଡ଼ବିଲ ଶାଖାର ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନଙ୍କ ସହ କମିଟିର ସଭାପତି ଦିଲ୍ଲୀପ ବିଶ୍ଵାଳ ଓ ସମ୍ପାଦକ ସୁବୋଧ ଦାସ ମଞ୍ଚାସୀନ ଥିଲେ। ଦ୍ରୌପଦୀଦେବୀ ସାଂସ୍କୃତିକ ଅନୁଷ୍ଠାନର କୁନିକୁନି ପିଲାଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। କମିଟିର ସମ୍ପାଦକ ଶ୍ରୀ ଦାସ ସଂପାଦକୀୟ ପାଠ କରିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥି ପ୍ରମୁଖ ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର ସ୍ମରଣିକା “କଳିଙ୍ଗ” ଉନ୍ମୋଚନ କରାଯାଇଥିଲା। ହର ହର ସମ୍ଭୁର ଗାୟିକା ସୁଶ୍ରୀ ଅଭିଲିପସା ପଣ୍ଡାଙ୍କୁ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ଅତିଥି ମାନଙ୍କୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତିଙ୍କ ଅନୁମତି କ୍ରମେ ସମ୍ପାଦକ ସଭା ସାଙ୍ଗ କରିଥିଲେ। କେନ୍ଦୁଝରରୁ ଆସିଥିବା ସମୟଶ୍ରୀ ଚାଟାର୍ଜୀ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସୁଦୂର ଭୁବନେଶ୍ୱରରୁ ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ଆସିଥିବା ମେଲୋଡି ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆମ ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଜାତା ପରିଡ଼ା, ଡଲି ଦାସ, ଛାତ୍ର ତପନ ନାୟକ, ଚିତ୍ତରଞ୍ଜନ ସାହୁ, ଅଜୟ ସ୍ବାଇଁ, ଅମିତ୍ ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ। ମେଲୋଡି କାର୍ଯ୍ୟକ୍ରମ ପରେ ୧ ହଜାରରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କ୍ୟାମ୍ପ ଫାୟାର ଆୟୋଜନ କରାଯାଇଥିଲା।
ସୁବର୍ଣ୍ଣ ଜୟନ୍ତୀ ପାଳନର ଦ୍ୱିତୀୟ ଦିନରେ କମିଟିର ସଭାପତି ଦିଲ୍ଲୀପ ବିଶ୍ଵାଳଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ଶ୍ରୀ ଗଣେଶ ଓ ମାଆ ସରସ୍ୱତୀଙ୍କ ମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଦିତୀୟ ଦିନର କାର୍ଯ୍ୟକ୍ରମରେ କମିଟିର ସଭାପତି ଶ୍ରୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଋଷିକେଶରୁ ଆସିଥିବା ଆମ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଦିବ୍ୟ ଜୀବନ ସଂଘର ବାବା ଦେବଭକ୍ତାନନ୍ଦ ସରସ୍ଵତୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ପୁରାତନ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ପତି, ଶତୃଘ୍ନ ସାହୁ, ଦିବାକର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ରାଉତ, ମଣୀଚରଣ ଖିଲାର, ଅକ୍ଷୟ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ଗିରି, ମଦନ ମୋହନ ବିଶ୍ଵାଳ, ହରେକୃଷ୍ଣ ନାୟକ, ରାମେଶ୍ବର ମହାନ୍ତ, ରାଶେଶ୍ୱର ମହାନ୍ତ, ଯୁଧିଷ୍ଠିର ମଲ୍ଲିକ, ନିତ୍ୟାନନ୍ଦ ନାୟକ, ମୋନୋରମା ପତି ଓ ସୁରେନ୍ଦ୍ର କୁମାର ଧଳ ମଞ୍ଚାସୀନ ଥିଲେ। ମଞ୍ଚାସୀନ ସମସ୍ତ ଶିକ୍ଷକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ବ୍ୟାଜ୍ ପ୍ରଦାନ କରି ସ୍ଵାଗତ କରାଯାଇଥିଲା। ସାମ୍ପ୍ରତିକା ସାହାଣୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ପ୍ରମୁଖ ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ମଝିରେ ସମସ୍ତ ଶିକ୍ଷକ ମାନଙ୍କୁ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଞ୍ଜୟ ନାଏକ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଧନ୍ୟବାଦ୍ ଅର୍ପଣ ସହ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ। କମିଟିର ଉପଦେଷ୍ଟା ମିତ୍ରଭାନୁ ମହାକୁଡ, ଦେବରଞ୍ଜନ ନାୟକ, ତୁଷାର ମହାନ୍ତି, ସିଦ୍ଧାର୍ଥ ସାରଥୀ କର, ବିଶ୍ୱଜିତ୍ ମିଶ୍ର, ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ସଭାପତି ଦିଲ୍ଲୀପ ବିଶ୍ଵାଳ,ଉପସଭାପତି ଲଳୀତେନ୍ଦୁ ମହାନ୍ତି, ସସ୍ମିତା ମହାନ୍ତି, ସମ୍ପାଦକ ସୁବୋଧ ଦାସ, କାର୍ଯ୍ୟକାରୀ ସମ୍ପାଦକ ବିଷ୍ଣୁପ୍ରସାଦ ସାମନ୍ତ, ବିଭେନ୍ଦୁ ପତି, ତ୍ରିଲୋକୀ ପ୍ରସାଦ, ସହ-ସମ୍ପାଦକ ତନ୍ମୟ ସାହୁ, ତରୁଲତା ରାଉତ, କ୍ଷୀତିଶ୍ ମହାନ୍ତ, କୋଷାଧ୍ୟକ୍ଷ ଶଶିକାନ୍ତ ପରିଡ଼ା, ଲିଙ୍ଗରାଜ ମହାନ୍ତ, ବିଶ୍ୱଜିତ୍ ମହାନ୍ତ,ରବି ପଲେଇ,ସୁବ୍ରତ କୁମାର ମହାନ୍ତି,ତିମିର ନାସନ୍ ଜେନା,ବିଦୁଭୁଷଣ ପଣ୍ଡା,ବିଦ୍ୟାଧର ଦାସ,ଅଜୟ ସ୍ୱାଇଁ,ବାପି ଖିଲାର,ସୁବ୍ରତ ଦାସ,ସୂର୍ଯ୍ୟକାନ୍ତ ମଲ୍ଲିକ,ଗୋଲକ ବିହାରୀ ମହାନ୍ତ,ଟୁଏଲ କୁମାର ଧଳ,ଲଲାଟେନ୍ଦୁ ମହାନ୍ତି,ସଚିଦାନନ୍ଦ ଖିଲାର,ଚିତ୍ତରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରାଇବାରେ ସହଯୋଗ କରିଥିଲେ।