କଟକ ସଦର,୨୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରା ଯାଉଥିବାଵେଳେ ଚଳିତବର୍ଷ କଟକର ପ୍ରସିଦ୍ଧ ଦୂର୍ଗାପୂଜାକୁ ସିଧା ପ୍ରସାରଣ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି। ଦଶହରାରେ କଟକର ଭିଡ଼ କମାଇବାକୁ ଲୋକମାନେ କିପରି ଘରେ ଵସି ଟିଭି ମାଧ୍ୟମରେ ଦୂର୍ଗା ପୂଜା ଦେଖିପାରିବେ ସେଥିପାଇଁ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ କହିଛନ୍ତି। ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଉଛି।
ପ୍ରଥମ ଥର ପାଇଁ କଟକ ଦୂର୍ଗା ପୂଜାର ହେବ ସିଧା ପ୍ରସାରଣ
