ରାଜଗାଙ୍ଗପୁର ବାସୀଙ୍କ ଦୀର୍ଘ ଦିନର ଦାବିକୁ ସଫଳ କଲେ ରେଳ ମନ୍ତ୍ରୀ

ରାଜଗାଙ୍ଗପୁର,୦୪/୦୧/୨୦୨୫ (ଓଡ଼ିଶା ସମାଚାର)- ବିଳମ୍ବ ହେଲେ ମଧ୍ୟ୍ୟ ପ୍ରତିଶୃତି ରକ୍ଷା କରିଛନ୍ତି ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜଗାଙ୍ଗପୁର ଅଞ୍ଚଳର ଗତ ୧୩ ବର୍ଷ ଠାରୁ ଅଧିକ ହେବ ଟ୍ରେନ ରହିଣୀ କୁ ନେଇ ରେଳ ରୋକ, ଧାରଣା ଭଳି ବହୁ ଆନ୍ଦୋଳନ କରି ଆସୁଥିଲେ ରାଜଗାଙ୍ଗପୁର ବାସୀ। କିନ୍ତୁ ରେଳ କତ୍ରୁପକ୍ଷ ଏବଂ ବିଗତ ସରକାର ରାଜଗାଙ୍ଗପୁର ବାସୀ ଙ୍କ ଅସୁବିଧାକୁ କର୍ଣ୍ଣପାତ କରୁ ନ ଥିଲେ । ଗତ ୨୦୨୪ ସାଧାରଣ ନିର୍ବାଚନରେ ଜୁଏଲ ଓରାମ ଙ୍କ ପାଇଁ ପ୍ରଚାର କରିବା ପାଇଁ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀମାନ ଅଶ୍ୱିନୀ ବୈଷ୍ଣବ ରାଜଗାଙ୍ଗପୁର ଆସିଥିଲେ ଏବଂ ରାଜଗାଙ୍ଗପୁର ବାସୀ ଙ୍କ ଦାବି ଗ୍ରହଣ କରି ଥିଲେ । ନିର୍ବାଚନ ଶେଷ ପରେ ମନ୍ତ୍ରୀ ମଣ୍ଡଳ ଗଠନର ଦୁଇ ମାସ ପରେ ତିନଟି ଟ୍ରେନ ନିଶ୍ଚୟ ରହଣୀ କରିବ ବୋଲି ପ୍ରତିଶୃତି ଦେଇଥିଲେ। ବିଳମ୍ବ ହେଲେ ମଧ୍ୟ୍ୟ ତାଙ୍କ ପ୍ରତିଶ୍ରୁତି ପାଳନ କରି ଗତ ୨୫ ନଭେମ୍ବର ରେ ସରକାରୀ ଭାବେ ବିଜ୍ଞପ୍ତି ଘୋଷଣା କରିଥିଲେ କ୍ଷ ସେ ଚଳିତ ମାସ ୨/୧/୨୫ ରେ ଚକ୍ରଧରପୁର ଡିଭିଜନ ଡି. ଏମ ଆର. ତରୁଣ କୁମାର ହୁରିଆ ରାଜଗାଙ୍ଗପୁର ରେ ପହଞ୍ଚି ୪/୧/୨୫ ତାରିଖରେ ସମ୍ବଲପୁର ରୁ ଗୋରଖପୁର ୧୫୯୨୭/୨୮, ହଟିଆ ବେଙ୍ଗାଲୁର ୧୮୬୩୭/୩୮, ହଟିଆ ପୁନେ୧୨୧୨୯/୩୦ ଏହି ତିନ ଟ୍ରେନ ଆସନ୍ତା ୪ ତାରିଖରେ ରହଣୀ କରିବା ପାଇଁ ଘୋଷଣା କରିଥିଲେ କ୍ଷ ଆଜି କେନ୍ଦ୍ର ମନ୍ତୀ ମାନ୍ୟବର ଜୁଏଲ ଓରାମ ,ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ ରାଜନ ଏକ୍କା ,ଚକ୍ରଧରପୂର ଡିଭିଜନ ଡି ଆର ଏମ ତରୁଣ କୁମାର ହୁରିଆ ଙ୍କ ଉପସ୍ଥିତିରେ ସମ୍ବଲପୁର ଗୋରଖପୁର ମୌଜ ଏକ୍ସ ପ୍ରେସ ଟ୍ରେନ କୁ ରାଜଗାଙ୍ଗପୁର ରେଳ ଷ୍ଟେସନ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାଯ୍ୟକ୍ରମ ରେ ଡାଲମିଆ ସିମେଣ୍ଟ ଭାରତ ର କାର୍ୟ୍ୟ ନିର୍ବାହୀ ନିର୍ଦେଶକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *