କଟକ ସଦର,୧୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କଟକ କମିଶନରେଟ ପୋଲିସରେ ଏକ ଛୋଟ ଧରଣର ଅଦଳବଦଳ ହୋଇଥିବା ଜଣାପଡିଛି। ଏଥିରେ କଟକର ୩ଟି ଥାନାର ଅଧିକାରୀଙ୍କର ବଦଳି ହୋଇଛି। ଏହି କ୍ରମରେ ଚାଉଳିଆଗଞ୍ଜ ଥାନା ଅଧିକାରୀ ଥିବା ଚିନ୍ତେଶ୍ୱର ମୁଣ୍ଡା ଙ୍କୁ କଟକ ଡିସିପି କାର୍ଯ୍ୟାଳୟକୁ ଵଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ମହିଳା ଥାନା ଅଧିକାରିଣୀ ଥିବା ଵିୟୁଟି ମହାନ୍ତି ଙ୍କୁ ଅବସ୍ଥାପିତ କରାଯାଇଛି।
ସେହିପରି ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳଙ୍କୁ ଭୁବନେଶ୍ୱର ଖାରବେଳ ନଗର ଥାନାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କ୍ୟାପିଟାଲ ଥାନାର ଅତିରିକ୍ତ ଇନ୍ସପେକ୍ଟର ଥିବା ନିରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ବାରଙ୍ଗ ଥାନାରେ ଅତିରିକ୍ତ ଇନ୍ସପେକ୍ଟର ଥିବା ମୈ।ସୁମୀ ମହାନ୍ତି ଙ୍କୁ ମହିଳା ଥାନାର ନୂଆ ଅଧିକାରିଣୀ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ହଠାତ୍ ତରବରିଆ ଭାବେ ଏଭଳି ଅଦଳବଦଳ କାହିଁକି ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
