ସରପଂଚ ଙ୍କ ଦୃଢ଼ ପ୍ରତିବାଦ ଓ ନିନ୍ଦା
କଟକ ସଦର,୦୧/୦୧/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅଧିନସ୍ଥ ଧରିଣା ପଞ୍ଚାୟତର ଧରିଣା କଦମ୍ବମୂଳ ଠାରେ ୨୦୨୦/୨୧ ଆର୍ଥିକ ବର୍ଷର ୫ମ ଏସ୍ ଏଫ୍ ସି ରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା କୁ କଟକ ଡିଆରଡିଏ ରେ ନିଷ୍ପତ୍ତି ଗ୍ରହଣ କରାଯାଇ ଵ୍କକ୍ କୁ ଜଣାଇ ଦିଆଯାଇଥିବା ବେଳେ ଏବେ କାହା ସ୍ବାର୍ଥରେ ଅର୍ଛିଲ୍ ଭୁଟାନ ଗାଦି ନିକଟରେ ଉକ୍ତ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିରେ ବିନା ନିର୍ଦ୍ଦେଶନାମା ରେ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କୁ ଗତକାଲି ମଙ୍ଗଳବାର ଦିନ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିବା କାହା ସ୍ବାର୍ଥରେ କିମ୍ଵା କେଉଁ ସ୍ବାର୍ଥରେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଉଦଘାଟନ ଫଳକରେ ନାମ ଥିବା ଧରିଣା ସରପଂଚ ରତ୍ନାକର ରାଉତ ଏହାର ଦୃଢ଼ ନିନ୍ଦା କରିବା ସହିତ ଏହାର ତିବ୍ର ପ୍ରତିବାଦ କରିଛନ୍ତି। ସରପଂଚ କହିଛନ୍ତି ଯେ ମୋତେ କିଛି ନଜଣାଇ କିମ୍ଵା ଉଦ୍ଘାଟନ ସ୍ଥଳକୁ ନିମନ୍ତ୍ରଣ ନକରି ମୋ ନାମ ଫଳକରେ ଲେଖିବା କୁ ମୁଁ ଦୃଢ଼ ନିନ୍ଦା କରୁଛି। ବିଧାୟକ ଙ୍କୁ ଅନ୍ଧାରରେ ରଖି ଅର୍ଦ୍ଧ ନିର୍ମିତ ମଣ୍ଡପକୁ ତରବରିଆ ଭାବେ ଉଦଘାଟନ କରିବା କାହା ସ୍ବାର୍ଥରେ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସରପଂଚ ରତ୍ନାକର ରାଉତ ଦାବି କରିଛନ୍ତି।