ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,୧୨/୯/୨୦୨୪ (ଓଡ଼ିଶା ସମାଚାର)- ଜଗତସିହପୁର ବ୍ଲକ୍ ଅନ୍ତର୍ଗତ ଓଡ଼ିଶୋ ଗ୍ରାମ ପଞ୍ଚାୟତ ଅଧୀନ ନନ୍ଦିନୀବାଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଓ ସାଇବର ଆଇନ୍ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସାମାଜିକ ଗଣମାଧ୍ୟମ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି।ଯାହା ମାଧ୍ୟମରେ ଆମେ ଆମର ବନ୍ଧୁ ଏବଂ ପରିବାର ସହିତ ସଂଯୋଗ ହୋଇପାରିଛି ତଥାପି ଅନଲାଇନ୍ କାର୍ଯ୍ୟକଳାପ ପରି ସାମାଜିକ ଗଣମାଧ୍ୟମ ବ୍ୟବହାର ସହିତ ଜଡ଼ିତ ସମ୍ଭାବ୍ୟ ବିପଦ ରହିଛି। ଏହି ବିପଦ ଗୁଡ଼ିକ ପ୍ରତି ଧ୍ୟାନ ଦେବା ଏବଂ ସାମାଜିକ ଗଣମାଧ୍ୟମ କୁ ବ୍ୟବହାର କରିବା ସମୟରେ ନିରାପଦ ରହିବାକୁ ପଦକ୍ଷେପ ନେବା ଜରୁରୀ ଅଟେ। ତତ୍ସହିତ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ ସାଇବର ଆଇନ୍ ସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *