ଦାସି ଗାଁରେ ଧନୁଯାତ୍ରା ଉତ୍ସବ ଅନୁଷ୍ଠିତ  ।

 ଜୁନାଗଡ଼ ୨୭/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସି ଗାଁ ମିନି ଷ୍ଟାଡିୟମ ଠାରେ ପ୍ରଥମ ଥର ଧନୁଯାତ୍ରା ଉତ୍ସବ ମହା ସମାରୋହରେ ଅନୁଷ୍ଟିତ ହୋଇଛି । ଏହି ଉତ୍ସବ ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଧନୁଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।ଆଜିର ଧନୁଯାତ୍ରା ଉତ୍ସବ ରେ ବରିଷ୍ଠ ସମାଜସେବୀ ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଧନୁଯାତ୍ରା ଅବସରରେ ଶିକ୍ଷାର ବିକାଶ ଓ ମଣ୍ଡିରେ ଚାଷୀମାନେ କିପରି ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ ଏବଂ ମଣ୍ଡିରେ ଯେମିତି ଚାଷୀ ମାନେ ହଇରାଣ ନ ହୁଅନ୍ତୁ ସେଥି ପାଇଁ ସେ ନିଜ ବକ୍ତବ୍ୟରେ ଲୋକଙ୍କୁ ଅବଗତ କରାଇଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବେ ଦାସୀ ଗାଁ ରାଜସ୍ୱ ଅଧିକାରୀ ହିମାଂଶୁ ଶେଖର ପଣ୍ଡା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏ ଲ ଆଇ ଶିବ ପ୍ରସାଦ ନ।ଏକ ଯୋଗଦାନ କରି ଧନୁଯାତ୍ରା ର ମହତ୍ଵ ଓ ଉଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ରେ ଆୟୋଜକ କମିଟିର ସଭାପତି ସୌମେନ୍ଦ୍ର ପ୍ରକାଶ ମୁଣ୍ଡ , ସମ୍ପାଦକ ଧୀରେନ ପଣ୍ଡା ,ଉପ ସଭାପତି ରୋହିତ ବାଗ ,ମନୋଜ ବାଗ , ଦେବେନ୍ଦ୍ର ନାଥ ଲହଜଳ ଏବଂ ଉପ ଦେଷ୍ଟା ମଣ୍ଡଳୀରେ ପ୍ରକାଶ ପ୍ରହରାଜ ,କୈଳାସ ନାଗ ,ଭୁବନ ପ୍ରହରାଜ ଏବଂ ଭବାନୀ କାଣ୍ଡ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଧନୁଯାତ୍ରା ରେ କଂସ ଭୂମିକାରେ ଲାଠୋର ଗ୍ରାମର ସୁଶାନ୍ତ କୁମାର ମେହେର ତଥା ଧନୁଯାତ୍ରା ର ସମସ୍ତ କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରି ନାଟକ ପରିବେଷଣ କରିଥିଲେ । ଧନୁଯାତ୍ରା ପାଇଁ ଧନୁଯାତ୍ରା ପଡିଆ ଉତ୍ସବ ମୁଖର ହେବା ସହ ବହୁ ଜନ ଗହଳି ସାଙ୍ଗକୁ ମିନା ବଜାର ର ମଜା ଲୋକେ ନେଉଥିବା ଦେଖିବାକୁ ମିଳିଛି ।ଏପରିକି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମିନି ଷ୍ଟାଡିୟମ ଠାରେ ଅପେରା  ମଧ୍ୟ କମିଟି ପକ୍ଷରୁ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *