ସିଏମସି ଚାଉଳିଆଗଞ୍ଜ ୪୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସରୋଜିନୀ ସାହୁଙ୍କ ବିୟୋଗ, ଶୋକର ଛାୟା

କଟକ ସଦର,୦୧/୦୧/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମହାନଗର ନିଗମ (ସିଏମସି) ଚାଉଳିଆଗଞ୍ଜ ୪୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ତଥା ପୂର୍ବତନ କର୍ପୋରେଟର ଚିରଞ୍ଜୟ ସାହୁଙ୍କ ଭାଉଜ ସରୋଜିନୀ ସାହୁ (୪୧) ଙ୍କର ଆଜି (ବୁଧବାର) ନୂଆ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କ ସମୟରେ ୱ।ର୍ଡର ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିବା ଏବଂ ସିଏ ଜଣେ ପରୋପକାରୀ ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖଵର ପାଇ ଚୈ।ଦ୍ୱ।ର-କଟକ ତଥା କଟକ ସଦର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୃତା ସରୋଜିନୀ ଙ୍କ ବାସଭବନରେ ପହଞ୍ଚି ଶୋକଶନ୍ତପ୍ତ ପରିବାର  ଲୋକଙ୍କୁ ସମବେଦନା ଜଣାଇବା ସହିତ ଶଵାଧାରରେ ମାଲ୍ୟାର୍ପଣ କରି ଶବକୁ କାନ୍ଧରେ ନେଇ ୱ।ର୍ଡ ପରିକ୍ରମା କରିଥିଲେ।ପୁରୀ ସ୍ୱର୍ଗଦ୍ୱାରରେ ସରୋଜଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *