କଟକ ସଦର, ୩୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର କମରପଦା ଠାରେ ଏକ ଅତ୍ୟାଧୁନିକ ‘କିଙ୍ଗସ୍ ଫ୍ୟାମିଲି ଢ଼ାବା’କୁ ଗତକାଲି ରବିବାର ରାତିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଧୁମଧାମରେ ଉଦଘାଟନ କରିଥିବା ଜଣାପଡିଛି। ଏଥିରେ ବହୁ ନାମୀଦାମୀ ଅତିଥି ଙ୍କ ସହିତ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଏସିଵି ମେଡିକାଲ ୟୁରୋଲୋଜି ବିଭାଗ ଡାକ୍ତର ପ୍ରଫେସର ସବ୍ୟସାଚୀ,ଧରିଣା ସରପଂଚ ରତ୍ନାକର ରାଉତ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ଉନ୍ନତ ମାନର ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କୁ ଯୋଗାଇଦେବା ସହିତ ଉତ୍ତମ ସେବା ଦିଆଯିବ ବୋଲି ଢ଼ାବା ର ପରିଚାଳନା ନିର୍ଦ୍ଦେଶକ ସେକ୍ ହାଇଦର ଅଲ୍ଲୀ କହିଛନ୍ତି।