ଯାଜପୁର, ୧୧/୦୨/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ମହୋତ୍ସବ – ୨୦୨୫ ରେ ପ୍ରାଧ୍ୟାପକ ଶ୍ରିହରି ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବର ପ୍ରଥମ ଅଧିବେଶନ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଦ୍ବାରା ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଉଦ୍ଘାଟିତ ହୋଇଯାଇଅଛି।
ଉଦଘାଟକ ଶ୍ରୀମତୀ ରେଡ୍ଡୀ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ମା ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ କରି ଉତ୍ସବକୁ ଉଦଘାଟନ କରିଥିଲେ। କବି ପ୍ରଭାତ କୁମାର ମଲ୍ଲିକ ଅତିଥି ମାନଙ୍କ ସ୍ବାଗତ ସହ କବି ଜିତେନ୍ଦ୍ର ବେହେରା ପରିଚୟ ପ୍ରଦାନ କରିଥିଲେ। କବି ହୃଷିକେଶ ପତି ସ୍ତୋତ୍ର ପାଠ କରିଥିଲେ। ଉଦଘାଟକ ଶ୍ରୀମତୀ ରେଡ୍ଡୀ ଯାଜପୁର ଜିଲ୍ଲା ମହୋତ୍ସବ – ୨୦୨୫ ସାହିତ୍ୟ, ସଂସ୍କୃତି ଓ କଳାତ୍ମକ ସୃଜନତାର ବାର୍ତ୍ତାବହ, କବିତା ପାଠୋତ୍ସବ ପୁରାତନ ଓ ନୂତନତାର ସମ୍ମିଶ୍ରିତ ମାର୍ଗ ଦର୍ଶକ, କବିତା, ସ୍ରଷ୍ଟା ଓ ସୃଷ୍ଟିର ହୃଦୟର ନିଭୃତ ଅଭିବ୍ୟକ୍ତି ବୋଲି ଉଲ୍ଲେଖ କରିବା ସହିତ ଉତ୍ତମ ଅଭିବ୍ୟକ୍ତି ଗୁଡ଼ିକୁ ସୁନ୍ଦର ଭାବେ ସଜାଇ ରଖି ପ୍ରକାଶ କରିବାର ପ୍ରତିଶ୍ରୁତି ସେ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରସ୍ଵତ ସାଧକ ଡ. ରବୀନ୍ଦ୍ର ବିହାରୀ ଯୋଗଦେଇ କବିତାର ପୃଷ୍ଠ ଭୂମି, ଓ ତାର ସାହିତ୍ୟିକ ଚେତନା କିପରି କିପରି ପ୍ରାଣ ଓ ମନକୁ ଆନ୍ଦୋଳିତ କରି ପାଠକୀୟ ଆଦୃତି ଲାଭ କରିବ ତାର ଉଦାହରଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଶତ୍ରୁଘ୍ନ ପାଣ୍ଡବ ଯୋଗଦେଇ କବିତା ଲେଖିବା ହୁଏତ ସହଜ ହୋଇପାରେ କିନ୍ତ୍ କବି ହେବା ଖୁବ୍ କଷ୍ଟକର । କବିତାର ଶ୍ରେଣୀ ବିଭାଗ କବିତା ଲେଖକ ଭାବରେ ସିକୃତି ଦିଏ, କିନ୍ତୁ କବି ନୁହେଁ ବୋଲି ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଲମ୍ବୋଦର ଖୁଣ୍ଟିଆ, ଅଧ୍ୟାପକ ସୁବ୍ରତ କୁମାର ଦାସ, ସାରସ୍ଵତ ସଂଯୋଜକ ସନ୍ତୋଷ କୁମାର ନନ୍ଦ ଯୋଗ ଦେଇ କବିତାର ସ୍ୱର, ପ୍ରାଣ ଓ ହୃଦୟରେ ଅଫୁରନ୍ତ ପୁଲକ ସୃଷ୍ଟି କରେ ବୋଲି କହିଥିଲେ। କବୟିତ୍ରୀ ଲକ୍ଷ୍ମୀପ୍ରିୟା ରାଉତରାୟ, କବୟିତ୍ରୀ ରଞ୍ଜିତା ଦାଶ, ସରସ୍ଵତୀ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଦ୍ଵିତୀୟ ଅଧିବେଶନ କବିତା ପାଠୋତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାରସ୍ଵତ ସାଧକ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ସଭାପତିତ୍ବ କରିଥିଲେ।
ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବିନ୍ଦୂରେଖା ମହାପାତ୍ର, ଯାଜପୁର ଓଡ଼ିଆ ଭାଷା ସମ୍ମେଳନର ସଭାପତି ଡ଼ା. ରୁଦ୍ର ନାରାୟଣ ପୃଷ୍ଟି, ଯାଜପୁରର ଆରକ୍ଷୀ ନିରୀକ୍ଷକ କବି ଶରତ ପାତ୍ର, କବୟିତ୍ରୀ ବନ୍ଦନା ସାହୁ, ସାରସ୍ଵତ ସଂଗଠକ ବିଭୂତି ମହାପାତ୍ର, ଜିତେନ୍ଦ୍ର ବେହେରା, କବି ପ୍ରଭାତ ମଲ୍ଲିକ ଅଧ୍ୟାପକ ସୁବ୍ରତ କୁମାର ଦାସ, ପ୍ରମୁଖ ସଂଯୋଜନା କରିଥିଲେ। କବି ରାମଚନ୍ଦ୍ର ଦାସ, ଭୁବନ ମୋହନ ମହାନ୍ତି, କବି ଶଶିଭୂଷଣ ସାମଲ, କବି ମନୋଜ କୁମାର ନାଥ, ମଧୁସୂଦନ ମହାପାତ୍ର, ବିଦ୍ୟୁତଲତା ଦାସ, ରମାକାନ୍ତ ନାୟକ, ଅଖିଳ ମୋହନ ଦାସ, ଓମ୍ ପଣ୍ଡା, ଚିରନ୍ତନୀ ସମ୍ପାଦିକା ସଂଯୁକ୍ତା ମହାପାତ୍ର, କବି ଅନିଲ ମହାନ୍ତି, କବି ରବୀନ୍ଦ୍ର ପରିଡା, କବି କୈଳାଶ ଚନ୍ଦ୍ର ସ୍ବାଇଁ, ନାରାୟଣ ଦାସ, ସତ୍ୟ ମହାନ୍ତି, ମନୋଜ ନାୟକ, ସୁବାସ ମହାପାତ୍ର, ଅକ୍ଷୟ କୁମାର ବାରିକ, ପ୍ରଦୀପ କୁମାର ସାମଲ, ସନ୍ତୋଷୀ ତନୟା ନନ୍ଦ, ସ୍ନେହଲତା ବିଶ୍ଵାଳ, କାର୍ତ୍ତିକ ସ୍ବାଇଁ, ନବଘନ ସ୍ବାଇଁ, ସବିତା ନାୟକ, ସତ୍ୟବ୍ରତ ସାହୁ, ନମିତା ଓଝା, ଡ. ମହେଶ୍ବର ଜେନା ସାମନ୍ତ, ସ୍ମୃତି କଳିକା ବେହେରା, ଅଜୟ କୁମାର ମଲ୍ଲିକ, ଅକ୍ଷୟ କୁମାର ସେଠୀ, ପ୍ରତିମା ରଥ, ଉମେଶ ଚନ୍ଦ୍ର ଜେନା, କବି ନାରାୟଣ ମହାଳିକ, ପ୍ରଦୀପ୍ତ କୁମାର ଦାସ, ପଦ୍ମାକର ଗୁରୁ, ଦିନେଶ ମଲ୍ଲିକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କବୟିତ୍ରୀ କମଳିନୀ ପାଗଳଙ୍କ ପୁସ୍ତକ ‘ମୌନ ମନ୍ଦିର’ କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। କବି ଦୟାନିଧି ନାୟକ କବି ସମ୍ମିଳନୀ ଓ କବିତା ପାଠୋତ୍ସବର ସମସ୍ତ ଅଧିବେଶନକୁ ପରିଚାଳନା କରିଥିଲେ। ବ୍ୟଙ୍ଗ କବି ବାଇଧର ମାଝୀ ଧନ୍ୟବାଦ୍ ଦେଇଥିଲେ।
ଯାଜପୁର ଜିଲ୍ଲା ମହୋତ୍ସବ – ୨୦୨୫ ରେ କବି ସମ୍ମିଳନୀ ଓ କବିତା ପାଠୋତ୍ସବ।
