କଟକ ସଦର,୩୦/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଆଜି (ସୋମବାର ଦିନ) ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ମିଳିତ ଜନଶୁଣାଣୀ କରି ପଞ୍ଜିକୃତ ହୋଇଥିବା ୧୦୧ ଟି ଅଭିଯୋଗ ର ତ୍ୱରିତ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ।
ସେଥିରେ ସରପଂଚ ମାନଙ୍କୁ ବ୍ଲକ୍ ପ୍ରଶାସନ ବିଭିନ୍ନ ଆଳରେ ଉପେକ୍ଷା କରୁଥିବାରୁ ଏହା ନିରାକରଣ ପାଇଁ ସରପଂଚ ସଂଘର ସଭାପତି ରତ୍ନାକର ରାଉତ ଙ୍କ ନେତୃତ୍ଵରେ ୧୭ ଜଣ ସରପଂଚ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଜନଶୁଣାଣୀ ରେ ଜନପ୍ରତିନିଧି ମାନେ ଅଭିଯୋଗ କରିବା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଆଜିର ଏହି ଜନଶୁଣାଣୀ ଶିବିର ପରିଚାଳନାରେ କଟକ ସଦର ଵିଡିଓ ଇଂ ପ୍ରତୀକ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ।