କଟକ ସଦର, ୨୫/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ନିମେଶାପୁର ପଞ୍ଚାୟତ ଦେଓପୁର ଗ୍ରାମରେ ଘଟିଯାଇଥିବା ତଣ୍ଟି କଟା ହତ୍ୟାକାଣ୍ଡ କୁ ୫ ମାସ ବିତିଯାଇଥିଲେ ବି ହତ୍ୟାକାରୀ କୁ ଧରିବାରେ ପୋଲିସ ଅସଫଳ ହୋଇଛି। ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା ବେଳେ ପୋଲିସ ଉପରୁ ଆସ୍ଥା ତୁଟିଯିଵାକୁ ବସିଛି। ଘଟଣାକ୍ରମ ଏଇଆ ଯେ ସେଦିନ ଥିଲା ମେ ମାସ ୨୫ ତାରିଖ ସାଧାରଣ ନିର୍ବାଚନ ର ଦିନ। ଚାରିଆଡ଼େ ନିର୍ବାଚନ ମାହୋଲ ସରଗରମ ଥାଏ। ସକାଳୁ ସକାଳୁ ଜଣାପଡ଼ିଲା ଯେ ଘର ଠାରୁ ବହୁ ଦୂରରେ ଥିବା ଗହୀର ମଝିରେ ନୂଆଯୋର ନିକଟରେ ଉକ୍ତ ଗ୍ରାମର ସରୋଜ ଭୋଇଙ୍କ ଗଳାକଟା ଶଵ ପଡ଼ିରହିଛି। ଖଵର ପ୍ରଚାର ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଵା ବେଳେ ପଦସ୍ଥ ପୋଲିସ ଅଧିକାରୀ,ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ପହଞ୍ଚି ହତ୍ୟାକାଣ୍ଡ ର ଛାନଭିନ କରିଥିଲେ। ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଥିଲା ଯେ ହତ୍ୟାକାରୀ ସହଜରେ ଶୀଘ୍ର ଧରାପଡ଼ିଯିଵେ। ହେଲେ ତାହା କେବଳ ଧାରଣାରେ ରହିଯାଇଛି। ପୋଲିସ ବିଭାଗର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଥିବା ବେଳେ ହତ୍ୟାକାରୀ ଧରାନପଡ଼ିବା ମାଓବାଦୀଙ୍କ ହତ୍ୟାକାଣ୍ଡ କୁ ଵଳିଯାଇଛି ବୋଲି ଅଭିଯୋଗ ହେଉଛି। ଦେଖାଯାଉ ହତ୍ୟାକାରୀ କେବେ ଧରାପଡୁଛି ଓ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ ହେଉଛି।