କେନ୍ଦ୍ରାପଡ଼ା,୦୯/୦୩/୨୦୨୫(ଓଡ଼ିଶା ସମାଚାର)- ସାଇ ନର୍ସିଂ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ ମହାବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ମହାସମାରୋହରେ ପାଳନ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀମାନେ ମୁରୁଜ ରେଙ୍ଗାଲୀ ପକାଇ ବିଭିନ୍ନ ଚିତ୍ର ମାଧ୍ୟମରେ ନାରୀମାନଙ୍କର ଅଧିକାର ଓ ସଶକ୍ତିକରଣ ଉପରେ ବର୍ଣ୍ଣନା କରିଥିଲେ ।
ଏହାବ୍ୟତିତ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଅନୁଷ୍ଠିତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଯୋଗଦେଇ ମହିଳା ଅଧିକାର ଆଇନ, ସଶକ୍ତିକରଣ ଓ ମହିଳାମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ସମ୍ପର୍କରେ ଲେଖାଥିବା ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଏଥିସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର କର୍ମଚାରୀ ଜ୍ୟୋତିପ୍ରଭା ସାମଲ, ସନ୍ତୋଷ କୁମାର ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ରୋଜାଲିନ ଜାନା, ଦିଲ୍ଲିପ କୁମାର ଜେନା, ବିପୁଲ ପ୍ରସାଦ ରାୟ, ପ୍ରଫୁଲ୍ଲ ସ୍ୱାଇଁ, ଶତୃଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।