କୁହୁଣ୍ଡା ରେ ବୈଷ୍ଣବ ପାଣି ଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ମାହାଙ୍ଗା,୦୯/୦୫/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-ପ୍ରଖ୍ୟାତ ଗୀତିନାଟ୍ୟକାର ଗଣକବି ବୈଷ୍ଣବ ପଣିଙ୍କ ୬୮ ତମ ଶ୍ରାଦ୍ଧ ବାର୍ଷିକ, କଟକ ଜିଲ୍ଲା କୁହୁଣ୍ଡା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । କଲ୍ୟାଣପୁର ବଜାର କମିଟି ଏବଂ ଗଣକବି ସାହିତ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ବଜାର କମିଟି ସଭାପତି ତଥା ସାମାଜିକ କର୍ମୀ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗଣକବିଙ୍କୁ ଜଣେ କାଳଜୟୀ ସାରସ୍ୱତ ସାଧକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ଅଚ୍ୟୁତାନନ୍ଦ ପଲେଇ ଯୋଗଦେଇ ବୈଷ୍ଣବ ପଣିଙ୍କ ସାହିତ୍ୟର ମୂଲ୍ୟାୟନ କରିଥିଲେ । ଉତ୍ସବରେ ଶିକ୍ଷାବିତ ଭାବଗ୍ରାହୀ ରାଉତ ଏବଂ ଆଇନୀଜୀବୀ ଲଛମନ ସିହ୍ନା ସମ୍ମାନିତ ଅତିଥିଭାବେ ଯୋଗଦେଇ ଗଣକବି ଓଡ଼ିଆ ଜାତିର ଅସ୍ମିତା ପାଇଁ ଲେଖନୀ ଚାଳନା କରୁଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଜାର କମିଟି ସମ୍ପାଦକ ସୁଶାନ୍ତ ଦାସ, ପୂର୍ବତନ ୱାର୍ଡ ମେମ୍ବର କେଦାରେଶ୍ୱର ପୁହାଣ, ଯୁବ ସଂଗଠକ ରବୀନ୍ଦ୍ର ପୃଷ୍ଟି, ୱାର୍ଡ ସଭ୍ୟାଙ୍କ ପ୍ରତିନିଧି ସୁମନ୍ତ ପଲେଇ, ବଜାର କମିଟି ସାହସମ୍ପାଦକ ପ୍ରକାଶ ବେହେରା, ଅମୁଲ୍ୟ ପଲେଇ, ଅବଦୁଲ ହମିଦ, ଖିରୋଦ ଦାଶ, ରମେଶ ବେହେରା, ସରୋଜ ଦାସ, ସଚିତ୍ର ମହାନ୍ତି , ଅଜୟ ନାୟକ, ଭରତ ଦାସ,ରାଜକିଶୋର ବେହେରା, ଟୁଲୁ ବେହେରା, ଶ୍ୟାମ ସୁନ୍ଦର ବେହେରା, ଜୟଦେବ ମହାନ୍ତି,ଭାଗ୍ୟଧର ସାହୁ,ପ୍ରମୁଖ ଯୋଗଦେଇ କବିଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *