କେନ୍ଦ୍ରାପଡ଼ା, ୦୮/୦୬/୨୦୨୫ (ଓଡ଼ିଶା ସମାଚାର)-ଆସନ୍ତା କାଲି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଗସ୍ତରେ ଆସୁଛନ୍ତି । ସରକାର ବଦଳିବା ପରେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ପ୍ରଥମ କେନ୍ଦ୍ରାପଡ଼ା ଗସ୍ତ । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ମୁଖ୍ୟମନ୍ତ୍ରୀ ମାଉସୀମା ମନ୍ଦିର ଠାରୁ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ , ପରେ ଶ୍ରୀ ବଳଦେବ ଜିଉଙ୍କ ଦର୍ଶନ କରିବେ । ଏହା ପରେ ଜଜାଙ୍ଗ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା ର କାର୍ଯ୍ୟକ୍ରମ ରହି ଥିବା ସୂଚନା ।
ଜିଲ୍ଲାକୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କିଛି ନୂତନ ପ୍ରକଳ୍ପ ଘୋଷଣା କରି ପାରନ୍ତି ବୋଲି ଆଶା କରାଯାଉଛି ।