ସଂପର୍କ ସାହିତ୍ୟ ସଂସଦର ଶିଶିର ଆସର

ସାଲେପୁର,୨୯/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ସଂପର୍କ ସାହିତ୍ୟ ସଂସଦର ଶିଶିର ଆସର-୨୦୨୪ ବହୁଗ୍ରାମ ଖରାଖିଆ ମହାଦେବଙ୍କ  ପୀଠରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତୁଷାରକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୀତ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ଏବଂ ସାହିତ୍ୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ୍‌‌ ତଥା ସାହିତ୍ୟିକ ଅକ୍ଷୟ କୁମାର ଷଡ଼ଙ୍ଗୀ ଉଦ୍‌‌ଘାଟନ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ନେମାଳ ପଦ୍ମବନ ଉତ୍କଳୀୟ ପଞ୍ଚସଖାର ସଭାପତି ମହନ୍ତ ଅନନ୍ତରାମ ଦାସ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ସାହିତ୍ୟିକ ମୁରଲୀଧର ଶତପଥୀ, ସମ୍ମାନିତ ଅତିଥି ଭାବେ ପରିବେଶବିତ୍‌‌ ତଥା ସାହିତ୍ୟିକ ପ୍ରମୋଦ କୁମାର ଦାଶ, ଅଧ୍ୟାପକ ଡ. ବିଜୟ କୁମାର ରାଉତ ଯୋଗଦେଇଥିଲେ। କବିତା ପାଠୋତ୍ସବକୁ କବୟିତ୍ରୀ ତଥା ଜପକୁଦ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପଣ୍ଡା ଏବଂ ଶିଶୁ ସାହିତ୍ୟିକ ମହେନ୍ଦ୍ର କୁମାର ଘଡ଼େଇ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଂପାଦକ ଚନ୍ଦ୍ରମଣି ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟିକ ରାଜୀବ କୁମାର ଷଡ଼ଙ୍ଗୀ। ଏହି ଅବସରରେ ବିଶିଷ୍ଟ ସାରସ୍ୱତ ସାଧକ ଅବତନ ଷଡ଼ଙ୍ଗୀ, ସମାଜସେବୀ ବୈଦ୍ୟନାଥ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସ୍ନେହ ମିଶ୍ର ମାନପତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ଭୂୟାଁ, ସାମ୍ବାଦିକ ଜୟଦେବ ଲେଙ୍କା, ଉମେଶ ଚନ୍ଦ୍ର ସାହୁ, ଡ. ପ୍ରଦୀପ କୁମାର ନନ୍ଦ, ଶୁକଦେବ ଦାସ, କବି ଉଦୟ କେଶରୀ ବର୍ମା, କବି ପ୍ରଫୁଲ କୁମାର ସିଂ, ସୁରେଶ କୁମାର ସ୍ୱାଇଁ, ଶିକ୍ଷାବିତ୍‌‌ ସୁରେନ୍ଦ୍ର ମହାରଣା, ଶିକ୍ଷାବିତ୍‌‌ ଶରତ କୁମାର ଲେଙ୍କା, ରଞ୍ଜନ କୁମାର ବେହେରା, ତପନ ବିହାରୀ ଦାଶ, ଅଭୟ କୁମାର ସିହ୍ନା, ମନୋରଞ୍ଜନ ପଣ୍ଡା, ସାମ୍ବାଦିକ ମନୋଜ ଆଚାର୍ଯ୍ୟ, ନାନ୍ଦୋଳ ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ବେହେରା, ଦେବେନ୍ଦ୍ର ମହାରଣା, ସୁଲଭ ଚରଣ ନାୟକ, ହୃଷୀକେଶ ମହାରଣା, ଧର୍ମେନ୍ଦ୍ର ସାହୁ, ରତ୍ନାକର ସାମଲ, ବାସୁଦେବ ରାଉତ, ଅଭୟ କୁମାର ଦାସ, ଧ୍ରୁବଚରଣ ସାହୁ, ଶିବାଶିଷ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *