ପ୍ରାକ୍ତନ ସାଂସଦ ସୁରେନ୍ଦ୍ରନାଥ ଦ୍ୱିବେଦୀ ଭଗିନୀଙ୍କ ପରଲୋକ

କେନ୍ଦ୍ରାପଡ଼ା, ୦୭/୦୩/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତନ ଲୋକସଭା ସାଂସଦ ସ୍ୱର୍ଗତ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ବିଶିଷ୍ଟ ପ୍ରଶାସକ ପର୍ଶୁରାମ ଦ୍ୱିବେଦୀଙ୍କ କନିଷ୍ଠା ଭଗିନୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କାଦୁଆ ଗ୍ରାମର ଶିକ୍ଷକରତ୍ନ ଦାମୋଦର ତ୍ରିପାଠୀଙ୍କ ଧର୍ମପତ୍ନୀ କୁଞ୍ଜଲତା ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ଜ୍ୟେଷ୍ଠପୁତ୍ର ଭାରତୀୟ ତୈଳନିଗମର ବରିଷ୍ଠ ଅଧିକାରୀ ପିତାମ୍ବର ତ୍ରପାଠୀ, ପୁତ୍ରବଧୁ ସୁଲେଖିକା ଇଂ ଗାୟତ୍ରୀ ତ୍ରପାଠୀ, କନିଷ୍ଠପୁତ୍ର ଗିରିଜାଶଙ୍କର ତ୍ରିପାଠୀବୋହୁ ଶର୍ମିଷ୍ଠାଙ୍କ ସମେତ ଦୁଇକନ୍ୟା ଓ ଆତ୍ମାୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ଜାମାତା ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ନାତି ଡା. ଅର୍ଜ୍ଜୁନ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *