ଭୁବନ ୧୩/୧୧/୨୦୨୬(ଓଡ଼ିଶା ସମାଚାର) – ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଶୁକ୍ରବାର ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଦୀର୍ଘଦିନ ହେଲା ଅପେକ୍ଷା କରିଥିବା ୧୮୫୯ ଜଣ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତ୍ତା ପାଇଁ ଅପେକ୍ଷାର ଯୁଗ ସରିଲା,ଏଥର ଆବେଦନର ମାସକ ପରେ ସମ୍ମାନ ର ସହ ଭତ୍ତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ବ୍ଲକ ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ସିଲା ରାଣୀ ସାହୁ , ପ୍ରମୁଖ ଯୋଗଦେଇ ବ୍ଲକର ୧୬୧୧ ଏବଂ ଏନ୍ ଏ ସି ର ୨୪୮ ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥ , ଚନ୍ଦନ କୁମାର ଦେହୁରୀ ,ଏନ୍ ଏ ସି ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ , ପ୍ରୋଗ୍ରାମ ଅଫିସର ଗୁଣନିଧି ପାତ୍ର ଙ୍କ ସମତେ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
