କଟକ ସଦର,୨୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ପକ୍ଷରୁ ବ୍ରାଉନ ସୁଗାର ଜବତ ସହିତ ନିଶା ଵେପାରୀ ଗିରଫ ହୋଇଥିବା ଜଣାପଡିଛି। ପ୍ରକାଶ ଯେ କନ୍ଦରପୁର ଥାନା ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଥିବା ଵାଣଘର ନିକଟରେ ଗତକାଲି ବୁଧବାର ସନ୍ଧ୍ୟାରେ ଜନୈକ ନିଶାଵେପାରୀ ବ୍ରାଉନ ସୁଗାର ବେପାର କରୁଥିବା ପୋଲିସ କୁ ଖଵର ମିଳିଥିଲା।
ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚିବାରୁ ଗ୍ରାହକମାନେ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ବେପାରୀ ତିର୍ତ୍ତୋଲ ଥାନା ଗୁଣ୍ଠିଲ ଗୋବିନ୍ଦପୁର ର ରବିନ୍ଦ୍ର ମୋହନ ନାୟକ ଙ୍କ ପୁଅ ଗୁଡୁ ଓରଫ ପ୍ରଳୟ କୁମାର ନାୟକ (୨୬) କୁ ପୋଲିସ ମାଡି ବସିଥିଲେ। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ପହଞ୍ଚିବା ପରେ ତାକୁ ତଲାସୀ କରାଯିବା ରୁ ତା ପକେଟରୁ ବ୍ରାଉନ ସୁଗାର ପୁଡିଆ, କିଛି ପୁଡିଆ ହେବାକୁ ଥିବା ଜରି,୩ ହଜାର ୫ ଶହ ଟଙ୍କା,ରେଡମି ମୋବାଇଲ ଫୋନ୍ ମିଳିଥିଲା।
ଥାନା ଏସ୍ ଆଇ ସୁଧିର କୁମାର ବଳିଆର ସିଂହ ଙ୍କ ଏତାଲା କ୍ରମେ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଅଭିଯୁକ୍ତ ଗୁଡୁ କୁ ମାମଲା ନଂ ୨୨୯/୨୫ ଦଫା ଏନଡିପିଏସ୍ ଆକ୍ଟରେ ଆଜି ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ବେପାର କରି ସାରିଥିବା ରୁ ତା ନିକଟରୁ ମାତ୍ର ଦେଢ଼ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଵା ଜଣାପଡିଛି। ଅଭିଯୁକ୍ତ ଉକ୍ତ କନ୍ଦରପୁର ଅଞ୍ଚଳରେ ତାର କାୟା ବିସ୍ତାର କରିଥିବା ଶୁଣାଯାଉଛି।
