କଟକ ସଦର, ୨୯/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କୋଟୁଆଁ ଗ୍ରାମର ଜଣାଶୁଣା ସମାଜସେବୀ ତପନ ଖୁଣ୍ଟିଆ ଙ୍କ ସ୍ୱର୍ଗତା ପତ୍ନୀ ତଥା ଭୂଟାନର ଝିଅ ସରିତା ଖୁଣ୍ଟିଆ ଚାମଲିଙ୍ଗ୍ ଙ୍କର ୪୩ ତମ ଜନ୍ମ ଜୟନ୍ତୀ
ନିଆରା ଢଙ୍ଗରେ ପାଳନ କରାଯାଇଛି।ଏହି ଅବସରରେ ଉତ୍କଳ ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା ଙ୍କ ସଭାପତିତ୍ବ ଓ ସମାଜସେବୀ ରଘୁନାଥ ଚୈ।ଧୁରୀଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ସରିତା ଚାମଲିଙ୍ଗ୍ ଙ୍କ ସ୍ୱ।ମୀ ତପନ ଖୁଣ୍ଟିଆଙ୍କ ପକ୍ଷରୁ ଦୁଇଶହରୁ ଉର୍ଦ୍ଧ ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରି ଏଭଳି ନିଆରା ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ଜେନା,ଯୁଵ ଉଦ୍ୟୋଗୀ ସ୍ୱରୁପ ସୁମନ ଦାସ,ମନୋଜ ସାହୁ,
ସରୋଜ ବାରିକ୍,ଜୈ।ତି ପ୍ରକାଶ ନନ୍ଦ, ମନୋଜ ସାହୁ,ଜୈନ ସମାଜର ସଭାପତି ସୁମିତ୍ ଜୈନ,ଙ୍କ ସମେତ ପୁଅ ଏଭଲିନ୍ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଜନ୍ମ ଦିନ ପାଳନ ସହିତ ଶ୍ରଧାସୁମନ ଅର୍ପଣ କରିଥିଲେ। ପରିଚାଳନା ରେ ସରିତା ଙ୍କ ଦିଅର ସୈ।ମ୍ୟ ରଞ୍ଜନ ଖୁଣ୍ଟିଆ ସହାୟତା କରିଥିଲେ। ଶେଷରେ ସମସ୍ତଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରାଯାଇଥିଲା।
ନିରାଶ୍ରୟ ଙ୍କୁ ଶୀତବସ୍ତ୍ର ବଣ୍ଟନ କରି ନିଆରା ଢଙ୍ଗରେ ମୃତା ପତ୍ନୀଙ୍କ ଜନ୍ମ ଦିନ ପାଳିଲେ ସ୍ୱ।ମୀ
