ଜନଜାତୀୟ ଗୌରବ ଦିବସ ଓ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲା ସ୍ତରୀୟ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୧/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରଶାସନ(ମଙ୍ଗଳ ବିଭାଗ) ଆନୁକୂଲ୍ୟରେ ଜିଲା ସଂସ୍କୃତି ଭବନରେ ଜନଜାତୀୟ ଗୌରବ ଦିବସ-୨୦୨୫ ଓ ଭଗବାନ ବିର୍ସା ମୁଣ୍ଡା ଜନ୍ମଜୟନ୍ତୀ ଉପଲକ୍ଷେ ଜିଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ନବକ୍ରୀଷ୍ଣ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ରଶ୍ମିମଞ୍ଜରୀ ପ୍ରଧାନ ଜନଜାତି ସମୂହର ପ୍ରତିନିଧି ଭାବେ କାଲୁ ମାରାଣ୍ଡି ଓ ମକରା ଟୁଟୁ ଯୋଗ ଦେଇଥିଲେ । ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଆତ୍ମପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତିମନ୍ତ ପ୍ରତୀକ ।

ଧରିତି ଆବା ଭଗବାନ ବିର୍ସା ମୁଣ୍ଡଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବାର ପରମ୍ପରା ସୃଷ୍ଟି କରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମପରିଚୟକୁ ପୁଣି ଥରେ ସିଂହାବଲୋଚନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ତାଙ୍କ ଅଭିଭାଷଣ ବ୍ୟକ୍ତ କରିଥିଲେ ।

ବିର୍ସା ମୁଣ୍ଡାଙ୍କ ସଂଘର୍ଷର ସ୍ୱର୍ଣ୍ଣିମ କାହାଣୀ ସହ ଓଡିଶାର ବ୍ରିଟିଶ ବିରୋଧୀ ସଂଗ୍ରାମର ଆଦିବାସୀ ମହାନାୟକମାନଙ୍କୁ ମନେପକାଇ ସେମାନଙ୍କୁ ସ୍ମୃତିର ଅର୍ଘ୍ୟ ଦେବା ସହ ଆଦିବାସୀ ଜନଜାତିର ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ମୁଖ୍ୟଅତିଥି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲାସ୍ତରୀୟ ଉତ୍ସବରେ ମହାକାଳପଡ଼ାର ମିଲି ମାଝୀଙ୍କୁ ଫୁଟବଲ ଖେଳ ପାଇଁ ପୁରସ୍କୃତ କରାଯାଇଥିଲା । ଜନଜାତୀୟ ଗୌରବ ଦିବସ ପାଳନ ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *