ଯାଜପୁର,୨୯/୧୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର)- ସୁଜନପୁର ପଂଚାୟତ ଅନ୍ତର୍ଗତ ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ବନ୍ଧୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁ ମିଳନ ଉତ୍ସବରେ ପ୍ରଥମେ ଗୁରୁପୂଜନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ର ଏହି ବ୍ୟାଚ ସମୟର ଶିକ୍ଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବାସୁଦେବ ପଣ୍ଡା ,ସିଧାର୍ଥ ସ୍ୱୟଂଦୀପ୍ତ ମହାନ୍ତି ,ସୁରେଶ ସାହୁ ,ସତ୍ୟଜିତ ବେହେରା ,ମନୋଜ ଜେନା ,ଉତ୍କଳ ପରିଡା,ସୁଶାନ୍ତ ନାୟକ , ଦେବବ୍ରତ ପରିଡା ସୋନି ସାହୁ , ଚିତ୍ରପୁଷ୍ପା ପାତ୍ର , ପ୍ରତୀକ୍ଷା ବେହେରା , ଅଞ୍ଜନା ପଣ୍ଡା , ଖ୍ବଜା ଅଜିମୁଦ୍ଦିନ , ସାବନମ ପରିବିନ , ପ୍ରଦୀପ ବେହେରା , ସୁଶାନ୍ତ ସେଠି ପ୍ରମୁଖ ପରିଚାଳନା କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସଦସ୍ୟ ସଦସ୍ୟା ମାନେ ନୂତନ ବର୍ଷକୁ ସ୍ୱାଗତ କରି କାର୍ଯ୍ୟକ୍ରମର ମଜା ନେଇଥିଲେ।
ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ।
