ଗରଦପୁର ୨୯/୧୨/୨୦୨୪(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟ, ବାର କାଉନସିଲ ର ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ଆଜି ତାଙ୍କ ପୈତୃକ ଗ୍ରାମ ବସନ୍ତପୁର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ରଙ୍କ ଆବାହକତ୍ତ୍ଵରେ ଅନୁଷ୍ଠିତ ସଭାରେ ପଲସୁଦା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ମଧୁସୂଦନ ରାଉତ, ବସନ୍ତପୁର ସାଇ ମନ୍ଦିର ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି , ଶ୍ରୀ ଶଶୀଭୂଷଣ ମହାନ୍ତି, ଶ୍ରୀ ବିଜୟ ମହାନ୍ତି ଙ୍କ ସମେତ ଅନେକ ବ୍ୟକ୍ତି ଯୋଗ ଦେଇ ତ।ଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣେଇ ଥିଲେ । ସ୍ଵର୍ଗତ ରମେଶ ଚନ୍ଦ୍ର ଦାସ ଜଣେ ଆଦର୍ଶ, ଧର୍ମପରାୟଣ ତଥା ମାଟି ପ୍ରେମୀ ବ୍ୟକ୍ତି ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଆଡ଼ଭୋକେଟ ପୂର୍ଣ୍ଣଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।