ରାଜବଂଶୀ ଙ୍କ ଗ୍ରାମ୍ୟ ପରିକ୍ରମା ଅଭିଯାନ ଶୁଭାରମ୍ଭ 

ଯାଜପୁର,୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ନିର୍ବାଚନ ମଣ୍ଡଳୀ ର ଯୁବ ଭାଜପା ନେତା , ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ  ଶ୍ରୀ ରତିକାନ୍ତ ରାଜବଂଶୀ ଙ୍କ  ନେତୃତ୍ୱରେ ଗଠିତ ଗ୍ରାମ୍ୟ ପରିକ୍ରମା  ଅଭିଯାନ ଶୁଭାରମ୍ଭ ଦିବସରେ  ଓଡିଶାରେ ନବୀନ ପଟ୍ଟନାୟକ ସରକାର କରୁଥିବା  ଦୁର୍ନୀତି ଏବଂ ମିଥ୍ୟା ପ୍ରତିଶ୍ରୁତିର ଖୁଲାସା ଉପରେ ସେ ଗର୍ଜନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଚାଷୀଙ୍କୁ ମୋଦୀ ସରକାରଙ୍କ ଲାଭଦାୟକ ଯୋଜନା ଏବଂ ବିଜେଡି ନେତୃତ୍ୱାଧୀନ ସରକାରଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳତା । ଶ୍ରୀ ରାଜବଂଶୀ  ଏବଂ ତାଙ୍କ  ସମର୍ଥକମାନେ ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି  ଓ ଆଗାମୀ ଦିନରେ ବରୀ ରେ ପରିବର୍ତନ  ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ।  କୃଷକମାନଙ୍କ ଆର୍ଥିକ ସହାୟତା ହ୍ରାସ ଏବଂ ଧାନ କ୍ରୟରେ ଦୁର୍ନୀତି ଏକ ଗୁରୁତ୍ ପୂର୍ଣ୍ଣ ବିଷୟ ଯାହାକୁ ସମାଧାନ କରାଯିବାର ଆବଶ୍ୟକ  ରହିଛି ,  ଏହି  ଅଭିଯାନ ମାଧ୍ୟମରେ ସେ  ଆଶା କରିଛନ୍ତି ଯେ ବରୀବାସୀଙ୍କୁ ସେ ଏ ସମ୍ପର୍କରେ ଅବଗତ କରାଇବେ ଓ ବରୀ ରେ କମଳ କୁ  ବିଜୟୀ କରାଇବେ । ଆଜିର ଏହି କାର୍ଯକ୍ରମ ଝାଲପଡ଼ା ଶିବ ମନ୍ଦିର ଠାରୁ ବାହାରି ନୁଣୁପୁରୁ ଶିବ ମନ୍ଦିରରେ ସମାପନ ହୋଇଥିଲା , ଦୁଇ ହଜାର ରୁ ଉର୍ଦ୍ଧ୍ ବିଜେଡି କର୍ମୀ  ତାଙ୍କ ସହ ସାମିଲ ହେବାକୁ ଯାଉଥିବା ସେ ଆଭାସ ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ର ଅନ୍ୟ ଗ୍ରାମ ମାନଙ୍କରେ ଏହି ଅଭିଯାନ ଜାରି ରହିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *