ଆପଣଙ୍କ ଆଶିର୍ବାଦ ରହିଲେ ମୁଁ ପାଟକୁରା ଦାୟିତ୍ୱ ନେବି – ଅରବିନ୍ଦ  

ଗରଦପୁର, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)-ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ନୂତନ କରି ବିଜେଡ଼ିରେ ମିଶିବା ପରେ ଆଜି ପ୍ରଥମ କରି ପାଟକୁରା ର ନିଜ ଗ୍ରାମ ତଳକୁସୁମା କୁ ଆସି ଗ୍ରାମ  ଦେବତୀ ମା ଆମ୍ବିଳେଇ ଙ୍କ ଆଶିର୍ବାଦ ନେଇଛନ୍ତି । ତାରପୁର ବ୍ରିଜ୍ ନିକଟରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ତାଙ୍କୁ ନିଜର ସମର୍ଥକ ଓ ଶୁଭେଛୁମାନେ ଆଣିବା ପରେ ନିଜ ଗ୍ରାମ ଚାରିଛକ ନିକଟରେ ଅପେକ୍ଷାରତ ମହିଳା ଓ ସମର୍ଥକମାନେ ଉଛ୍ୱସିତ ସମ୍ବର୍ଦ୍ଧନା ଓ ସ୍ୱାଗତ କରିଥିଲେ । ପରେ ପରେ ଅରବିନ୍ଦ ହଜାର ହଜରାର ମହିଳା ଓ ଶୁଭେଛୁ ଙ୍କ ଗହଣରେ ଚାଲି ଚାଲି ଗ୍ରାମ ଦେବତୀ ପିଠକୁ ଯାଇଥିଲେ । ସେଠାରେ  ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଶୁଭେଛୁ ଓ ସମର୍ଥକ ମାନଙ୍କୁ ସମ୍ବୋଧିତ କରି ଆଜି ଠାରୁ ଆମ୍ଭ ପାଇଁ ବିଜେଡ଼ି ଗୋଟିଏ ପରିବାର । ମୁଖ୍ୟମନ୍ତ୍ରୀ ମୋତେ ଆଶିର୍ବାଦ ଦେଇଛନ୍ତି । ମୋ ପିତାଙ୍କୁ ମଧ୍ୟ ସ୍ୱାଗତ କରିଛନ୍ତି । ଏବେ ଆମେ ଗୋଟିଏ ନୂତନ ଘର ଆରମ୍ଭ କରିବା ପାଇଁ ଯାଉଛେ । ପୂର୍ବ ବାଛ ବିଚାର ଛାଡ଼ି ଏହି ଘରେ ସମସ୍ତେ ଏକ ହୋଇ ସମସ୍ତେ ରହିବା । ମୋର ବିଶ୍ୱାସ ମୋ ସହିତ ରହିବେ । ଏହି ଯାତ୍ରାର ଆରମ୍ଭ ରେ ପାଟକୁରାବାସୀ ହିଁ ସାରଥି, ମୁଁ ନିମିତ ମାତ୍ର ବୋଲି ଅରବିନ୍ଦ କହିଥିଲେ । ଆପଣ ମାନଙ୍କ ଆଶିର୍ବାଦ ରହିଲେ ମୁଁ ପାଟକୁରା ଦାୟିତ୍ୱ ନେବି ବୋଲି ଅଧିକନ୍ତୁ କହିଥିଲେ । ଏହି ଅବସରରେ ଜିଲାପରିଷଦ ସଭ୍ୟା ଏଲିଜା ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟା ରେବତୀ ଶତପଥି, ବରିଷ୍ଠ ବିଜେଡ଼ି ନେତା ସୁକାନ୍ତ ଦ୍ୱିବେଦୀ, କ୍ଷିତିଶ ଦାସ, ଅଭୟ ଦାସ, କ୍ଷିରୋଦ ମହାନ୍ତି, ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ସମିତି ସଭ୍ୟ ପ୍ରଭାସ ରଂଜନ ସାହୁ, ସରପଂଚ ଅମିୟ ରଂଜନ ନାୟକ, ପୂର୍ବତନ ସରପଂଚ ଅଜୟ କୁମାର ଦାସ, ସରପଂଚ ରଂଜନ ନାୟକ, ସରପଂଚ ପ୍ରଭାତ ନଳିନୀ ଜେନା, ପ୍ରତାପ ସ୍ୱାଇଁ, ସମିତି ସଭ୍ୟ ବ୍ରଜ କିଶୋର ସାହୁ ଙ୍କ ସମେତ ବହୁ ଶୁଭେଛୁ ଓ ସମର୍ଥକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *