ଯାଜପୁର,୨୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଗାମୀ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି – ୨୦୨୫” ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ପକ୍ଷରୁ “ଯଯାତି” ର ଏକ ଶୋଭାନୀୟ ସଂସ୍କରଣ ପ୍ରକାଶିତ ହେବ। ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ର ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।
ଯାଜପୁର, ଐତିହ୍ୟ, ସଂସ୍କୃତି, ପରମ୍ପରା, କଳାକୀର୍ତ୍ତି, ଜନଜୀବନ ଏବଂ ବ୍ୟକ୍ତିତ୍ଵ ଆଧାରରେ ଲିଖିତ ଉପାଦେୟ ତଥା ମୌଳିକ ଗବେଷଣାତ୍ମକ, ଲେଖାଗୁଡ଼ିକ ଆଗାମୀ ଜାନୁୟାରୀ ୮ ତାରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଥବା ଇମେଲ (dcojajpur@gmail.com) ମାଧ୍ୟମରେ ପଠାଇବାକୁ ଅନୁରୋଧ କରାଯାଇଛି।