ଡାଜଲିଙ୍ଗ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନ, ୧୧/୯/୨୦୨୪ (ଓଡ଼ିଶା ସମାଚାର)- ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ରେ ଡାଜଲିଙ୍ଗ କ୍ଲବ୍ ର ୧୨ ବର୍ଷ ପୂର୍ତ୍ତି ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରାକେଶ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ସଂସ୍କୃତି,ଐତିହ୍ୟ,ପରମ୍ପରା କୁ ବଞ୍ଚାଇ ରଖିବାକୁ ପୂଜା, ମହୋତ୍ସବ ନିହାତି ଜରୁରୀ। ଡାଜଲିଙ୍ଗ କ୍ଲବ୍ ଚଳିତ ବର୍ଷ ୧୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀକ୍ଷେତ୍ର ଧାମ କରି ପୁରୀ ଶ୍ରୀ ମନ୍ଦିର ଢାଞ୍ଚାରେ ଜଗନ୍ନାଥ ଙ୍କ ଗଜାନନ ବେଶ କରି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ରୁ   ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

,ମୁଖ୍ୟ ବକ୍ତା ଭାବେ ଡ଼ଃ ଜ୍ଞାନେନ୍ଦ୍ର ସାଥୁଆ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ଆରକ୍ଷୀ ନିରୀକ୍ଷକ ମନସ୍ଵିନୀ ମହାନ୍ତି,ଶ୍ରୀ ଗଣେଶ ମେଲଣ ମହୋତ୍ସବ ସଭାପତି ସୁବ୍ରତ କୁମାର ସାହୁ ଯୋଗଦେଇଥିଲେ । ଡାଜଲିଙ୍ଗ କ୍ଲବ୍ ସମ୍ପାଦକ ନାରାୟଣ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବସନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *